/odishatv-khabar/media/post_attachments/uploadimage/library/16_9/16_9_0/vlcsnap-2021-06-04-16h15m41s343_1622803801.jpg)
Snake Rescued
ମୟୂରଭଞ୍ଜ: ସାପ ଭୟରେ ଘରର ରେଲିଂ ଭାଙ୍ଗିଲେ ଦମ୍ପତି । ଘର ଭିତରେ ସାପ ଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ନିଜର ଛୁଆକୁ ବଞ୍ଚାଇବା ଲାଗି ଗୋଇଠା, ବିଧା ମାରି ଝରକା ରେଲିଂ ଭାଙ୍ଗିଦେଲେ । ଆଉ ମାଆ ପୁଅ ଝରକା ବାଟେ ବାହାରି ଆସିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପିଠାବଟା ରେଞ୍ଜର ଲୁଲୁଙ୍ଗ ଗେଟ୍ ପାଖରେ ।
ଗେଟ୍ ପାଖରେ ରହୁଥିବା ଓକିଲ ମୁଣ୍ଡା ଓ କୋଇଲି ମୁଣ୍ଡାଙ୍କ କୁନି ପୁଅ ଗତ ରାତି ୮ଟା ବେଳେ ଘର ଭିତରେ ଖେଳୁଥିଲା । ଏତିକି ବେଳେ ଘର କୋଣରେ ଥିବା ଅହିରାଜ ସାପଟି ଗର୍ଜନ କରି ମାଡ଼ି ଆସିଥିଲା । ସାପଟି ଆସି କବାଟ ପାଖରେ ଫଣା ଟେକି ରହିଗଲା ।
/odishatv-khabar/media/post_attachments/wp-content/uploads/2021/06/vlcsnap-2021-06-04-16h15m11s848.png)
ତେବେ ସାପ ପାଖରୁ ପୁଅକୁ ବଞ୍ଚାଇବା ଲାଗି ଦୁହେଁ ଖଟ ଉପରେ ଛିଡ଼ା ହୋଇଗଲେ । ଆଉ ଝରକା ଖୋଲି ରେଲିଂ ଭାଙ୍ଗି ବାହାରିବାକୁ ଚେଷ୍ଟା କରିଥିଲେ । ଦୁହେଁ ରେଲିଂକୁ ବିଧା ଗୋଇଠା ମାରିବା ପରେ ରେଲିଂ ଖସି ଯାଇଥିଲା । ତା’ପରେ ମଆ ପୁଅ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ । ଏହାପରେ ସ୍ଥାନୀୟ ସାପ ଧରାଳି କୃଷ୍ଣ ଗୋଛାୟତଙ୍କୁ ଖବର ଦିଆଯାଇଥିଲା । ଖବର ପାଇ କୃଷ୍ଣ ଗୋଛାୟତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ସାପଟିକୁ ଉଦ୍ଧାର କରିଥିଲେ । ସାପକୁ ଉଦ୍ଧାର କରିବା ପରେ ତାକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦିଆଯାଇଛି ।
ତେବେ ଘର ଭିତରୁ ଅହିରାଜ ସାପ ଉଦ୍ଧାର ପରେ ସ୍ଥନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି । ସମସ୍ତଙ୍କ ମନରେ ସାପକୁ ନେଇ ଭୟ ଓ ଆଶଙ୍କା ଭରି ରହିଛି । ତେବେ ଗୋଟିଏ ନୁହେଁ ଏକାଧିକ ଅହିରାଜ ସାପ ଏହି ଅଞ୍ଚଳରେ ଥିବା କଥା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)