Advertisment

ଅହଙ୍କାର ପାଇଁ ନୀରିହଙ୍କୁ ମର୍ଡର୍

ଖୋର୍ଦ୍ଧା: ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି। ନିହତ ପୂର୍ବରୁ ମୃତକ ବି ଜାଣୁନି, କାହିଁକି ତାକୁ ଆକ୍ରମଣ କରାଯାଉଛି, କିନ୍ତୁ ମୁଣ୍ଡ ଗଡ଼ିଛି। ଖୋର୍ଦ୍ଧା ଏନ୍ଏଚ୍ କଡ଼ ମଦ ବାର୍ କର୍ମଚାରୀ ହତ୍ୟାକାଣ୍ଡର ଏମିତି କିଛି ତଥ୍ୟ ଦେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସପି। ଆଭିଜାତ୍ୟର ଅହଙ୍କାର ଆଉ ଦାଦାଗିରି ଦେଖାଇବାକୁ ଯାଇ ଜଣେ ନିରୀହଙ୍କୁ ଜୀବନରେ ମାରି ଦିଆଯାଇଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରି […]

author-image
Ranjeet Kumar Jena
ଅହଙ୍କାର ପାଇଁ ନୀରିହଙ୍କୁ ମର୍ଡର୍

murder

ଖୋର୍ଦ୍ଧା: ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି। ନିହତ ପୂର୍ବରୁ ମୃତକ ବି ଜାଣୁନି, କାହିଁକି ତାକୁ ଆକ୍ରମଣ କରାଯାଉଛି, କିନ୍ତୁ ମୁଣ୍ଡ ଗଡ଼ିଛି। ଖୋର୍ଦ୍ଧା ଏନ୍ଏଚ୍ କଡ଼ ମଦ ବାର୍ କର୍ମଚାରୀ ହତ୍ୟାକାଣ୍ଡର ଏମିତି କିଛି ତଥ୍ୟ ଦେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସପି। ଆଭିଜାତ୍ୟର ଅହଙ୍କାର ଆଉ ଦାଦାଗିରି ଦେଖାଇବାକୁ ଯାଇ ଜଣେ ନିରୀହଙ୍କୁ ଜୀବନରେ ମାରି ଦିଆଯାଇଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରି ବିଏମଡବ୍ଲ୍ୟୁ ସହ ମାରଣାସ୍ତ୍ର ଜବତ କରିଛି। କେବଳ ଏତିକି ନୁହେଁ, ରାଜଧାନୀର ଏହି କ୍ରିମିନାଲ୍ ଆଉ ତାର ଅଭ୍ୟାସଗତ ଅପରାଧୀ ପରିବାର ସମ୍ପର୍କରେ ବି ଖୁଲାସା କରିଛି ପୋଲିସ୍।

Advertisment

ପୋଲିସର ସୂଚନା ମୁତାବକ, ମୃତ୍ୟୁଞ୍ଜୟ ଓରଫ୍ ମିକୁ ଭୁବନେଶ୍ୱର ନୟାପଲ୍ଲୀରେ ନିଜକୁ ବଡ଼ ବିଲଡର୍ ବୋଲି ପରିଚୟ ଦେଇଥାଏ। ତା ନାଁରେ ଏକାଧିକ ଅପରାଧିକ ମାମଲା ଅଛି। କେବଳ ସେ ନୁହେଁ, ତା' ବାପା ଏବଂ ଭାଇ ମଧ୍ୟ ଏକାଧିକ ଆକ୍ରମଣ ଓ ହତ୍ୟା ମାମଲାରେ ଜଡ଼ିତ। ଏହାଛଡ଼ା ଏମାନେ ପ୍ଲଟ୍ ବିଜନେସ୍ କରନ୍ତି। ନୟାପଲ୍ଲୀରେ ଏକ ବିରାଟକାୟ ଘର କରିଛନ୍ତି, ବିଏମଡବ୍ଲ୍ୟୁ ଭଳି ଏକାଧିକ ସୌଖୀନ ଗାଡ଼ି ବି ଅଛି ଯାହାକୁ ନେଇ ଗର୍ବ ଅହଙ୍କାର ବି କିଛି କମ୍ ନୁହେଁ।

ଘଟଣାକ୍ରମ ଏହି ଯେ, ଜୁଲାଇ ୧୪ ତାରିଖ, ଅପରାହ୍ନ ପ୍ରାୟ ୫ଟାରେ ପ୍ରଥମେ ରାଜଧାନୀରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପରେ ଖୋର୍ଦ୍ଧା ରାଜପଥ କଡ଼ ମଦ ବାରକୁ ବିଏମଡବ୍ଲ୍ୟୁରେ ଆସିଥିଲେ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁ ସହ ୩ଜଣ। ବାର୍ ଆଗରେ ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ଼ ସହ ବଚସା ହୋଇଥିଲା।

Advertisment

ଏହାପରେ ସମସ୍ତେ ଘଟଣାସ୍ଥଳରୁ ଫେରିଯାଇ ସାଙ୍ଗରେ ଏକ ଛୁରୀ ଧରି ପୁଣି ଆସିଲେ। ଆଉ ଅମୀୟ ବାରିକ ନାମକ ଜଣେ ବାର୍ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ମୃତ୍ୟୁଞ୍ଜୟ ଏବଂ ତା' ବନ୍ଧୁ ଅମିତ୍। ପରେ ଘଟଣାସ୍ଥଳରୁ ସବୁ ଅପରାଧି ଫେରାର୍ ହୋଇଯାଇଥିଲେ। କିନ୍ତୁ ଅପରାଧର ସବୁ ଗତିବିଧି ସିସିଟିଭିରେ ରେକର୍ଡ ହୋଇଥିଲା। ଆଉ ତନାଘନା କରି ପୁଲିସ୍ ୩ ଦିନ ମଧ୍ୟରେ ୬ ଜଣଙ୍କୁ ଗିରଫ କରିଛି।

Advertisment
Advertisment