Advertisment

Khadya Kalyan Scheme: ଖାଉଟି କଲ୍ୟାଣ ଯୋଜନାକୁ ନୂଆ ଜୀବନ, ପୁରୀରେ ବଣ୍ଟନ ହେଲା ରାସନ କାର୍ଡ

ଖାଉଟି କଲ୍ୟାଣ ଯୋଜନାକୁ ଦିଆଗଲା ନୂଆ ଜୀବନ, ପୁରୀରେ ୨୧୫ ଜଣଙ୍କୁ ମିଳିଲା ଆଶାର କାର୍ଡ। ଖାଉଟି କାର୍ଡ ବାଣ୍ଟିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସେହିପରି ୮ ଲକ୍ଷ ୧୬ ହଜାର ଅଯୋଗ୍ୟଙ୍କ କାର୍ଡ କଟିଛି।

author-image
Pramod Behera
Khady Kalyan Scheme

ଖାଉଟି କଲ୍ୟାଣ ଯୋଜନାକୁ ନୂଆ ଜୀବନ Photograph: (OTV)

ଖାଉଟି କଲ୍ୟାଣ ଯୋଜନାକୁ ଦିଆଗଲା ନୂଆ ଜୀବନ, ପୁରୀରେ ୨୧୫ ଜଣଙ୍କୁ ମିଳିଲା ଆଶାର କାର୍ଡ। ଖାଉଟି କାର୍ଡ ବାଣ୍ଟିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସେହିପରି ୮ ଲକ୍ଷ ୧୬ ହଜାର ଅଯୋଗ୍ୟଙ୍କ କାର୍ଡ କଟିଛି। 

Advertisment

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟବସ୍ଥାକୁ ସ୍ଵଛ କରାଯାଇଛି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖାଉଟି କଲ୍ୟାଣ ଯୋଜନାରେ ସାମିଲ କରାଯାଇ ରାସନ ସାମଗ୍ରୀ ଦିଆଯିବ। ଏହା ସହିତ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନା’ ବାଦ କରାଯାଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। 

ଶନିବାର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୁରୀ ପୌରାଞ୍ଚଳର ହିତାଧିକାରୀମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧୫ ନୂତନ ହିତାଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର କାର୍ଡ ବଣ୍ଟନ କରିବା ସହ ଇ-କେୱାଇସି ମାଧ୍ୟମରେ ଟିପ ଓ ଆଖି ସ୍କାନ ଦ୍ଵାରା ଶତକଡା ୯୬ ଭାଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Advertisment

ପୂର୍ବରୁ ପ୍ରାୟ ୭ ଲକ୍ଷ ଲୋକ ମୃତ୍ୟୁ ପରେ ମଧ୍ୟ ରାସନ ସାମଗ୍ରୀ ପାଉଥିଲେ। ୭୮ହଜାର ଅଯୋଗ୍ୟ ହିତାଧିକାରୀ, ୪୫ ହଜାର ଆୟକର ଦେଉଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ପ୍ରାୟ ୮ ଲକ୍ଷ ୧୬ ହଜାର କାର୍ଡ କଟିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଯଦି କିଏ ଭାବୁଛନ୍ତି ତାଙ୍କର କାର୍ଡ ଭୁଲରେ କଟିଯାଇଛି ତେବେ ସେମାନେ ପ୍ରମାଣ ସହ ଆବେଦନ କଲେ ତାହା ବିଚାର କରାଯାଇପାରେ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଧାନର ସହାୟକ ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଚାଷ ପାଇଁ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି। ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ପ୍ରାପ୍ୟ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି। ଚଳିତ ବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି ଯାହା ପୂର୍ବ ବର୍ଷ ତୁଳନାରେ ୨ ଲକ୍ଷ ୧୭ ହଜାର ଅଧିକ। ଚାଷୀମାନେ ବର୍ତ୍ତମାନ ଖୁସିରେ ଅଛନ୍ତି ବୋଲି ମନ୍ତ୍ରୀ କହିବା ସହ ଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଚାଷୀ ଆତ୍ମହତ୍ୟା ଘଟି ନାହିଁ ବୋଲି କହିଛନ୍ତି।

ଏହା ପାରେ ସମସ୍ତଙ୍କୁ ଇଂରାଜୀ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ଦର୍ଶନ ସହ ହିତାଧିକାରୀଙ୍କ ଦର୍ଶନ ଉଦ୍ଦେଶ୍ୟରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

Puri Odisha Government Ration Card
Advertisment
Advertisment