Advertisment

ଇଣ୍ଡିଆ ଟୁଡେ ପତ୍ରିକାର କଭର ପେଜ୍‌ରେ ଚନ୍ଦ୍ରାଣୀ ମୁର୍ମୁ

ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେର ଆଗାମୀ ସାପ୍ତାହିକ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀଙ୍କ ସମେତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର, ଅଭିନେତା ରବି କିଷାନ ପ୍ରମୁଖ ମଧ୍ୟ ସ୍ଥାନ ପାଇଛନ୍ତି। ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ ୧୧ […]

author-image
Rosalin Rath
ଇଣ୍ଡିଆ ଟୁଡେ ପତ୍ରିକାର କଭର ପେଜ୍‌ରେ ଚନ୍ଦ୍ରାଣୀ ମୁର୍ମୁ

ndhrffvjm

ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେର ଆଗାମୀ ସାପ୍ତାହିକ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀଙ୍କ ସମେତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର, ଅଭିନେତା ରବି କିଷାନ ପ୍ରମୁଖ ମଧ୍ୟ ସ୍ଥାନ ପାଇଛନ୍ତି।

Advertisment

ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ ୧୧ ମାସ।

ଇଞ୍ଜିନିୟରିଂ ପରେ ଚାକିରି ସନ୍ଧାନରେ ଥିବା ଚନ୍ଦ୍ରାଣୀ ହଠାତ୍ ରାଜନୀତିରେ ପ୍ରବେଶ କରିଥିଲେ। ଆଉ ପ୍ରଥମ ପଦାର୍ପଣରେ ହିଁ ସେ ସଫଳତା ପାଇଛନ୍ତି। ଚନ୍ଦ୍ରାଣୀଙ୍କ ପୂର୍ବରୁ ହରିୟାଣାର ହିସାରରୁ ନିର୍ବାଚିତ ଦୁଷ୍ୟନ୍ତ ଚୌତାଲା ସର୍ବ କନିଷ୍ଠ ସାଂସଦ ଥିଲେ।

Advertisment
Advertisment
Advertisment