Advertisment

ଏକାଠି ଆସିଥିଲେ, ଏକାଠି ହୋଇ ଗଲେ

କେନ୍ଦୁଝର: ଏକାଠି ଦୁନିଆକୁ ଆସିଥିଲେ, ଏକାଠି ହୋଇ ଦୁନିଆରୁ ମଧ୍ୟ ଚାଲିଗଲେ ଯାଆଁଳା ଭାଇ। ଆଜି ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ ହୋଇ ଖେଳୁଥିବା ବେଳେ ପାଣିରେ ବୁଡିଯାଇଛନ୍ତି। ଏଭଳି ଦୁଃଖଦ ଘଟଣାଟି କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖମମ ବାଙ୍ଗସାହିରେ ଘଟିଛି। ଖବର ଅନୁଯାୟୀ, ନୂଆଖମଣ ଗାଁର ବାଙ୍କିସାହିର ଗାଁ ଦାଣ୍ଡରେ ଯାଆଁଳା ଭାଇ ଆକାଶ ନାୟକ(୬) ଓ ବାଦଲ ନାୟକ(୬) ସାଙ୍ଗ ହୋଇ ଖେଳଥିଲେ। ଖେଳଥିବା ସମୟରେ ଦୁହେଁ ଗଡିଆରେ ପଡିଯାଇଥିଲେ। ପରିବାର ଲୋକେ ଚାରିଆଡେ […]

author-image
Mahasweta Baral
ଏକାଠି ଆସିଥିଲେ, ଏକାଠି ହୋଇ ଗଲେ

two death

କେନ୍ଦୁଝର: ଏକାଠି ଦୁନିଆକୁ ଆସିଥିଲେ, ଏକାଠି ହୋଇ ଦୁନିଆରୁ ମଧ୍ୟ ଚାଲିଗଲେ ଯାଆଁଳା ଭାଇ। ଆଜି ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ ହୋଇ ଖେଳୁଥିବା ବେଳେ ପାଣିରେ ବୁଡିଯାଇଛନ୍ତି। ଏଭଳି ଦୁଃଖଦ ଘଟଣାଟି କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖମମ ବାଙ୍ଗସାହିରେ ଘଟିଛି।

Advertisment

ଖବର ଅନୁଯାୟୀ, ନୂଆଖମଣ ଗାଁର ବାଙ୍କିସାହିର ଗାଁ ଦାଣ୍ଡରେ ଯାଆଁଳା ଭାଇ ଆକାଶ ନାୟକ(୬) ଓ ବାଦଲ ନାୟକ(୬) ସାଙ୍ଗ ହୋଇ ଖେଳଥିଲେ। ଖେଳଥିବା ସମୟରେ ଦୁହେଁ ଗଡିଆରେ ପଡିଯାଇଥିଲେ। ପରିବାର ଲୋକେ ଚାରିଆଡେ ଖୋଜାଖୋଜା କରିଥିଲେ ମଧ୍ୟ ଦୁହିଁଙ୍କୁ କୋଉଠି ପାଇନଥିଲେ। ତେବେ ଗଡିଆରେ ପଡିଯାଇଥିବା ସନ୍ଦେହ କରି ସାହିପଡିଶା ଦମକଳ ବାହନୀ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ଗଡିଆରୁ ଦୁଇ ଭାଇଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Advertisment
Advertisment