Advertisment

ବଳଦେବଜିଉ ରଥଯାତ୍ରା ପ୍ରସଙ୍ଗ ସୁପ୍ରିମ୍‌କୋର୍ଟ ଗଲା

କେନ୍ଦ୍ରାପଡା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ। ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍। ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି…

author-image
Chandan Shishu
ଅଦ୍ୟତନ ହୋଇଛି
ବଳଦେବଜିଉ ରଥଯାତ୍ରା ପ୍ରସଙ୍ଗ ସୁପ୍ରିମ୍‌କୋର୍ଟ ଗଲା

rathayatra

କେନ୍ଦ୍ରାପଡା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ। ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍। ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଅବେଦନକାରୀ ମଦନମୋହନ ପତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଭିଡ୍ ଗାଇଡଲାଇନ୍ସ ଅନୁସାରେ କେନ୍ଦ୍ରାପଡ଼ାରେ ରଥଯାତ୍ରା ଲାଗି ଅନୁମତି ଦେବାକୁ ପିଟିସନରେ ଆବେଦନ କରାଯାଇଛି।

Advertisment

ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଲାଗି ହାଇକୋର୍ଟରେ ବି ଆବେଦନ ହୋଇଥିଲା। ତେବେ କରୋନା ସଂକ୍ରମଣ ସମୟରେ କେବଳ ପୁରୀକୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ରାଜ୍ୟ ସରକାରଙ୍କର। ତେଣୁ ସେ ନିଷ୍ପତ୍ତି ଉପରେ ହସ୍ତକ୍ଷେପ ପାଇଁ ମନା କରିବା ସହ ମାମଲାର ଅନ୍ତ ଘଟାଇଥିଲେ ହାଇକୋର୍ଟ।

Advertisment
Advertisment