/odishatv-khabar/media/post_attachments/uploadimage/library/16_9/16_9_0/ctc-1_1626088205.jpg)
ctc
କଟକ: ପଳାଶୁଣୀ ଓଭର ବ୍ରିଜ୍ ଦବିବାର ୩ ଦିନ ପରେ ଦବିଛି କାଠଯୋଡ଼ି ବ୍ରିଜ୍ । ଆଜି ସକାଳୁ ଲୋକେ କଟକ ଲିଙ୍କରୋଡ୍-ଗୋପାଳପୁର ରାସ୍ତାରେ ଥିବା କାଠଯୋଡ଼ି ବ୍ରିଜ୍ ଦବି ଯାଇଥିବା ଦେଖିବାକୁ ପାଇଥିଲେ।
Advertisment
କଟକରୁ ଭୁବନେଶ୍ୱର ପଟୁ ଆସିବାବେଳେ ବ୍ରିଜ୍ର ଆରମ୍ଭରୁ ସାମାନ୍ୟ ଦବିଯାଇଥିବା ଦେଖିବାକୁ ମିଳିଛି। ଏନେଇ ଲୋକେ ପ୍ରଶାସନକୁ ଖବର ଦେବାପରେ NHAI ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦବିଥିବା ସ୍ଥାନକୁ କର୍ଡନ କରି ଯାଇଛି। ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି।
ଖବର ପାଇ ଘଟଣାସ୍ଥଳରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଅନ୍ୟ କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
Advertisment
ସୂଚନାଥାଉ କି, ଗତ ୨୫ ତାରିଖରେ ଭୁବନେଶ୍ୱର ଉପକଣ୍ଠ ପଳାଶୁଣୀ ଓଭରବ୍ରିଜ୍ ଦବି ଯାଇଥିଲା। ନିମ୍ନମାନର କାମ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)