Advertisment

କର୍ଲାପାଟ ହାତୀ ମଡ଼କର ଅନୁଧ୍ୟାନ କଲା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। ଏଥିପାଇଁ ୩ ଜଣିଆ ଟିମ୍ ଆଜି ଅଭୟାରଣ୍ୟ ଭିତରକୁ ଯାଇଛନ୍ତି। ଏମାନେ ପ୍ରଥମେ ହାତୀ ମୃତ୍ୟୁ ହୋଇଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିବେ। ଅଭୟାରଣ୍ୟ ଭିତରକୁ ଯିବା ପୂର୍ବରୁ ବିଶେଷଜ୍ଞ ଦଳ ଆଖପାଖ ଗାଁର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହ ବିଭିନ୍ନ ଜଳ ଉତ୍ସ ମଧ୍ୟ ପରିଦର୍ଶନ କରିଛନ୍ତି । ୩ ଜଣିଆ ବିଶେଷଜ୍ଞ ଟିମ୍‌ରେ ଅଛନ୍ତି ଡାକ୍ତର ପ୍ରଜ୍ଞା […]

କର୍ଲାପାଟ ହାତୀ ମଡ଼କର ଅନୁଧ୍ୟାନ କଲା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍

karlapat

Advertisment

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। ଏଥିପାଇଁ ୩ ଜଣିଆ ଟିମ୍ ଆଜି ଅଭୟାରଣ୍ୟ ଭିତରକୁ ଯାଇଛନ୍ତି। ଏମାନେ ପ୍ରଥମେ ହାତୀ ମୃତ୍ୟୁ ହୋଇଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିବେ। ଅଭୟାରଣ୍ୟ ଭିତରକୁ ଯିବା ପୂର୍ବରୁ ବିଶେଷଜ୍ଞ ଦଳ ଆଖପାଖ ଗାଁର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହ ବିଭିନ୍ନ ଜଳ ଉତ୍ସ ମଧ୍ୟ ପରିଦର୍ଶନ କରିଛନ୍ତି ।

Advertisment

୩ ଜଣିଆ ବିଶେଷଜ୍ଞ ଟିମ୍‌ରେ ଅଛନ୍ତି ଡାକ୍ତର ପ୍ରଜ୍ଞା ପି. ପଣ୍ଡା, ଡଃ କରିକଲନ୍ ମାଥେସ୍, ଓୟୁଏଟି ପ୍ରଫେସର ନିରଞ୍ଜନ ସାହୁ। ଏହି ବିଶେଷଜ୍ଞ ଦଳଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହି ହାତୀ ମୃତ୍ୟୁକ କାରଣ ଖୋଜିବ।

ଏହାପରେ ହାତୀ ସୁରକ୍ଷା ପାଇଁ କଣ ପଦକ୍ଷେପର ଆବଶ୍ୟକତା ରହିଛି ସେ ସମ୍ପର୍କରେ କେନ୍ଦ୍ର ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫାଣ୍ଟକୁ ରିପୋର୍ଟ ପ୍ରଦାନ କରିବେ ଟିମ୍। ହେମରେଜିକ୍ ସେପ୍ଟିସେମିଆରେ ହାତୀମାନଙ୍କର ମୃତ୍ୟୁ ହୋଇଥିବା ଓୟୁଏଟି ପକ୍ଷରୁ ପୂର୍ବରୁ କୁହାଯାଇଥିଲା।

Advertisment

କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ଭିତରେ ୬ଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ  ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ପିସିସିଏଫ୍ ଶଶି ପଲ୍। ରାଜ୍ୟର ଦୁଇ ଜଣିଆ ପ୍ରତିନିଧି ଦଳ ସହ କର୍ଲାପାଟ ଯାଇ କିଭଳି ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଉଛି ଅନୁଧ୍ୟାନ କରିଥିଲେ।

କାହିଁକି ହାତୀର ମୃତ୍ୟୁ ଘଟୁଛି ଏବଂ କେମିତି ଘଟୁଛି ତାହା ଜାଣିବା ପାଇଁ ଅଭୟ୍ୟାରଣ୍ୟରେ ହାତୀ ରହୁଥିବା ସ୍ଥାନରେ DRONE ସାହାଯ୍ୟରେ ତଥ୍ୟ ସଂଗ୍ରହ କରାଯାଇଥିଲା।

Advertisment

ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟରେ ଚଳିତ ମାସ ୧ ତାରିଖରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ ବ୍ୟାକ୍ଟେରିଆ ସେପ୍ଟିସେମିଆରେ ୬ଟି ମାଇଁ ହାତୀଙ୍କ ମୃତ୍ୟୁ ହୋଇଥିଲା ବୋଲି ଓୟୁଏଟି କହିଥିଲା। ଜଳ ଦ୍ୱାରା ସଂକ୍ରମଣ ହେଉଥିବା ବିଶେଷଜ୍ଞ ଦଳ କହିଥିଲେ। ୮ ଟିକିଆ ହାତୀ ପଲରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ୨ଟି ଜୀବୀତ ଅଛନ୍ତି ।

ଅନ୍ୟପଟେ ହାତୀମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଭୟାରଣ୍ୟରେ ହାତୀମୃତ୍ୟୁ ରୋକିବାକୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତୁରନ୍ତ ହାତୀ ମୃତ୍ୟୁ ରୋକିବା ପାଇଁ ରାଜ୍ୟ କିମ୍ବା ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ହାତୀମଡ଼କକୁ ଏଇ ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଭିଡିଓ କନଫରେନ୍ସିଂ ଯୋଗେ କର୍ଲାପାଟ ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଜଙ୍ଗଲ ଓ ପଶୁ ସଂପଦ ବିଭାଗ ମିଳିତ ପ୍ରୟାସ କରି ହାତୀ ମୃତ୍ୟୁ ରୋକିବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଆଖପାଖ ଗାଁରେ ଗୃହ ପାଳିତ ପଶୁଙ୍କୁ ଟିକାକରଣ, ଜଳାଶୟ ବିଶୋଧନ କରିବାକୁ ବି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ