Advertisment

କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ

ନୟାଗଡ଼: କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁ ଜମି ବିବାଦକୁ ନେଇ ଅଦାଲତ ଯିବାରୁ ଆଇନଜୀବୀଙ୍କୁ ନିଆଁ, ପାଣି ବାସନ୍ଦ କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ଥାନା ସିଙ୍ଗିବାର ଗାଁରେ କଙ୍ଗାରୁ କୋର୍ଟରେ ଆଇନଜୀବୀଙ୍କୁ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ବାର୍ ଆସୋସିଏସନ୍ ସଭ୍ୟ ତଥା ଆଇନଜୀବୀ ହୃଦାନନ୍ଦ ବେହେରା ଏଭଳି ଅଭିଯୋଗ ଆଣିଛନ୍ତି। ଗାଁ ମହକିଲଙ୍କ କେସ୍ କୋର୍ଟରେ ଲଢ଼ିବାରୁ ଗ୍ରାମବାସୀଙ୍କ ଆକ୍ରୋଶର […]

author-image
Rosalin Rath
କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ

c11

ନୟାଗଡ଼: କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

Advertisment

ଗାଁ ଜମି ବିବାଦକୁ ନେଇ ଅଦାଲତ ଯିବାରୁ ଆଇନଜୀବୀଙ୍କୁ ନିଆଁ, ପାଣି ବାସନ୍ଦ କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ଥାନା ସିଙ୍ଗିବାର ଗାଁରେ କଙ୍ଗାରୁ କୋର୍ଟରେ ଆଇନଜୀବୀଙ୍କୁ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି।

ଖଣ୍ଡପଡ଼ା ବାର୍ ଆସୋସିଏସନ୍ ସଭ୍ୟ ତଥା ଆଇନଜୀବୀ ହୃଦାନନ୍ଦ ବେହେରା ଏଭଳି ଅଭିଯୋଗ ଆଣିଛନ୍ତି। ଗାଁ ମହକିଲଙ୍କ କେସ୍ କୋର୍ଟରେ ଲଢ଼ିବାରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ସେ କହିଛନ୍ତି।

Advertisment

ହୃଦାନନ୍ଦଙ୍କ କହିବା ଅନୁସାରେ ଗତ ୧୦ ତାରିଖ ରାତିରେ ଗାଁରେ ଏକ ସଭା ବସିଥିଲା। ଗାଁ କେସ୍ କୋର୍ଟରେ ଲଢ଼ିବା ଅପରାଧ ବୋଲି ଗ୍ରାମବାସୀ ସଭାରେ ନିଷ୍ପତ୍ତି ନେବା ସହ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଦେବାକୁ କହିଥିଲେ। ତେବେ ଜରିମାନା ଦେବାକୁ ଅକ୍ଷମ ପ୍ରକାଶ କରିବା ସହ ସମ୍ପୃକ୍ତ ମହକିଲଙ୍କ କେସ୍ ଲଢୁ ନ ଥିବା ହୃଦାନନ୍ଦ କହିଥିଲେ।

ଜରିମାନା ଦେଇନ ପାରିବାରୁ ତାଙ୍କୁ ଏକଘରିକିଆ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏନେଇ ସେ ଖଣ୍ଡପଡ଼ା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ଅନୁସଂଧାନ କରୁଛି। ତେବେ ଏ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment