Advertisment

ପାରଳାରେ ନୂଆ ଯୁଗର ଆରମ୍ଭ ; କଲ୍ୟାଣୀ ଦେବୀଙ୍କ ରାଜ ଅଭିଷେକ

ପାରଳାଖେମୁଣ୍ଡି : ପାରଳାରେ ମହାଦେଈ ଶାସନ । ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି । ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ । ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ କଲ୍ୟାଣୀ ଗଜପତି। ରାଜଦେଇ କଲ୍ୟାଣୀ ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ଶେଷଯାତ୍ରା ବାହାରିଥିଲା […]

author-image
Pradesh Pratyush
ପାରଳାରେ ନୂଆ ଯୁଗର ଆରମ୍ଭ ;  କଲ୍ୟାଣୀ ଦେବୀଙ୍କ ରାଜ ଅଭିଷେକ

kalay

ପାରଳାଖେମୁଣ୍ଡି : ପାରଳାରେ ମହାଦେଈ ଶାସନ । ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି ।

Advertisment

publive-imageବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ । ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ କଲ୍ୟାଣୀ ଗଜପତି। ରାଜଦେଇ କଲ୍ୟାଣୀ ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ଶେଷଯାତ୍ରା ବାହାରିଥିଲା ।

ଗତକାଲି ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା । ଏହାପରେ ମରଶରୀରରୁ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ନିଆଯାଇଥିଲା । ରାଜଦେଇ କଲ୍ୟାଣୀ ଦେଇଙ୍କ ନିର୍ଦ୍ଦେଶ ଅନୁଯାଇ ମହାରାଜ ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପାରଳା ଇତିହାସରେ ଜଣେ ମହିଳା ଭାବେ ରାଜ ସିଂହାସନ ଆରୋହଣ ପ୍ରଥମ ଘଟଣା।

Advertisment
Advertisment
Advertisment