Advertisment

କାଳିଆ ଟଙ୍କା କେଳେଙ୍କାରୀର ନୂଆ ଫର୍ଦ୍ଦ

ବ୍ରହ୍ମପୁର : ବାଟବଣା କାଳିଆ ଟଙ୍କା । କାଳିଆ ଯୋଜନାରେ ସହାୟତା ପାଇବାକୁ ହିତାଧିକାରୀ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଦରଖାସ୍ତ ଭରିଲେ। କିନ୍ତୁ ସରକାର ପଠାଇଥିବା ଟଙ୍କା ଗଲା ଆଉ ଜଣଙ୍କ ଜମାଖାତାକୁ। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ସିଙ୍ଗିପୁରରୁ। ଜଣେ କି ଦୁଇ ଜଣ ନୁହେଁ, ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କ ପ୍ରାୟ ୧୦ ଲକ୍ଷ କାଳିଆ ଟଙ୍କା ହେରଫେର ହେବା ପରେ, ଏକ ବଡ଼ ଧରଣର ଚଞ୍ଚକତା ସାମ୍ନାକୁ ଆସିଛି […]

author-image
Pradesh Pratyush
କାଳିଆ ଟଙ୍କା କେଳେଙ୍କାରୀର ନୂଆ ଫର୍ଦ୍ଦ

kalia

ବ୍ରହ୍ମପୁର : ବାଟବଣା କାଳିଆ ଟଙ୍କା । କାଳିଆ ଯୋଜନାରେ ସହାୟତା ପାଇବାକୁ ହିତାଧିକାରୀ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଦରଖାସ୍ତ ଭରିଲେ। କିନ୍ତୁ ସରକାର ପଠାଇଥିବା ଟଙ୍କା ଗଲା ଆଉ ଜଣଙ୍କ ଜମାଖାତାକୁ। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ସିଙ୍ଗିପୁରରୁ। ଜଣେ କି ଦୁଇ ଜଣ ନୁହେଁ, ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କ ପ୍ରାୟ ୧୦ ଲକ୍ଷ କାଳିଆ ଟଙ୍କା ହେରଫେର ହେବା ପରେ, ଏକ ବଡ଼ ଧରଣର ଚଞ୍ଚକତା ସାମ୍ନାକୁ ଆସିଛି ।

Advertisment

ଚାଷୀ ଇନ୍ଦ୍ରମଣି ବେହେରାଙ୍କ ବ୍ୟାଙ୍କ ଖାତାରେ ଗୋଟିଏ ଆକାଉଣ୍ଟ ନମ୍ବର। ଅଥଚ ହିତାଧିକାରୀ ତାଲିକାରେ ରହିଛି ଅନ୍ୟ ଏକ ନମ୍ବର। ଆଶ୍ଚର୍ଯ୍ୟର କଥା, ତଞ୍ଚକତାର ଶିକାର ହୋଇଥିବା ଆଉ ଜଣେ ମହିଳା ଚାଷୀ ଗୋପାଳିନୀ ଦାସଙ୍କ ଟଙ୍କା ବି ସେହି ସମାନ ଜାଲ୍ ଆକାଉଣ୍ଟରେ ଜମା ହୋଇଛି। ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କ ପ୍ରାୟ ୧୦ ଲକ୍ଷ ଟଙ୍କା ଏଭଳି ଢଙ୍ଗରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ତେବେ ଚାଷୀଙ୍କ ତଥ୍ୟ ସଂଗ୍ରହ କରିଥିବା ସମବାୟ ସମିତି ସଂପାଦକଙ୍କ କହିବା କଥା, ସୋସାଇଟି ପକ୍ଷରୁ ବ୍ଲକ୍‌ରେ ଡାଟା ଏଣ୍ଟ୍ରି ପାଇଁ ଅସ୍ଥାୟୀ ଭାବେ ଜଣେ ଯୁବକ ବାସୁଦେବ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା। ସେ ନିଜର ଓ ନିଜ ପରିବାରଲୋକଙ୍କ ଆକାଉଣ୍ଟକୁ ଏଭଳି ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରି ଫେରାର୍ ହୋଇଯାଇଛନ୍ତି।

ପ୍ରଶ୍ନ ଉଠୁଛି, ଏ କାଳିଆ କାରସାଦି ପଛର ମୁଖ୍ୟ କାର୍ପଟଦାର୍ କିଏ ? କାହା ସାହସରେ ଏତେ ବଡ଼ ଜାଲିଆତି କରିବାକୁ ସାହସ କଲେ ପଞ୍ଚାୟତ କାର୍ଯ୍ୟାଳୟର ସାମାନ୍ୟ ଡିଟିପି ଅପରେଟର୍? ଏହି ଚଞ୍ଚକତାରେ କେବଳ ସେ ସଂପୃକ୍ତ, ନା ପ୍ରଚ୍ଛନ୍ନରେ ଏ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତିର ଚେର ଉପର ଯାଏଁ ଲମ୍ବିଛି? ବାରମ୍ବାର ଗୋଟିଏ ଆକାଉଣ୍ଟକୁ ଟଙ୍କା ଯାଉଥିଲେ ବି, ବିଭାଗୀୟ ଅଧିକାରୀ କିମ୍ବା ବ୍ୟାଙ୍କ୍ କର୍ତ୍ତୃପକ୍ଷ, ଏହାର ଟେର୍ ପାଇଲେନି କେମିତି?

Advertisment
Advertisment
Advertisment