Advertisment

ଆମେ ଯେଉଁଠି ସୁବିଧା ପାଉଛୁ, ସେଇଠି ଭୋଟ୍ ଦେବୁ: ଜୁମଡାଙ୍ଗ ବାସିନ୍ଦା

କୋରାପୁଟ: କୋରାପୁଟ, ଗଜପତିରେ ଆନ୍ଧ୍ର ସହ ବି ସୀମା ବିବାଦ ରହିଛି। ଓଡ଼ିଶା ଭିତରେ ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରିଛି। ହେଲେ ମାଲକାନଗିରିରେ କିନ୍ତୁ ଚିତ୍ର ଭିନ୍ନ। ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ, ଘର ସିନା ଓଡ଼ିଶାରେ ରହିଛି। କିନ୍ତୁ ସୁବିଧା ସୁଯୋଗ ଆନ୍ଧ୍ର ପାଖରୁ ମିଳୁଛି। ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା ବି ଆନ୍ଧ୍ର ପକ୍ଷରୁ ମିଳୁଛି। […]

ଆମେ ଯେଉଁଠି ସୁବିଧା ପାଉଛୁ, ସେଇଠି ଭୋଟ୍ ଦେବୁ: ଜୁମଡାଙ୍ଗ ବାସିନ୍ଦା

facilities

Advertisment

କୋରାପୁଟ: କୋରାପୁଟ, ଗଜପତିରେ ଆନ୍ଧ୍ର ସହ ବି ସୀମା ବିବାଦ ରହିଛି। ଓଡ଼ିଶା ଭିତରେ ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରିଛି। ହେଲେ ମାଲକାନଗିରିରେ କିନ୍ତୁ ଚିତ୍ର ଭିନ୍ନ। ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ, ଘର ସିନା ଓଡ଼ିଶାରେ ରହିଛି। କିନ୍ତୁ ସୁବିଧା ସୁଯୋଗ ଆନ୍ଧ୍ର ପାଖରୁ ମିଳୁଛି। ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା ବି ଆନ୍ଧ୍ର ପକ୍ଷରୁ ମିଳୁଛି। ସବୁ କିଛି ଆନ୍ଧ୍ର ପାଖରୁ ମିଳୁଥିବାରୁ ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଜୁମଡାଙ୍ଗ ଗାଁ ବାସିନ୍ଦା ନିଷ୍ପତ୍ତି ନେଇଛନ୍ତି। ଚାଷ କାର୍ଯ୍ୟଠୁ ଆରମ୍ଭ କରି ବଜାର ଯାଏ ସମସ୍ତ କାର୍ଯ୍ୟ ପାଇଁ ଆନ୍ଧ୍ରପ୍ରଦେଶ ଓ ପଡ଼ୋଶୀ ସରକାର ଉପରେ ନିର୍ଭର ହେଉଥିବାରୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି। ଆଉ ଏନେଇ ଆନ୍ଧ୍ର ସରକାରଙ୍କ ପାଖରୁ ଆଧାର କାର୍ଡ, ଭୋଟର୍ କାର୍ଡ ଭଳି ପରିଚୟ ପତ୍ର ବି ପ୍ରଦାନ ହୋଇଛି।

Advertisment
ଆନ୍ଧ୍ର ସବୁ ଦେଉଛି। ପାଣି ସୁବିଧା ବି ଆନ୍ଧ୍ର କରିଦେଇଛି।  ରାସନ ବାବଦ ୩୦ କେଜି ଚାଉଳ ଦିଆଯାଉଛି। ସ୍କୁଲରେ ପିଲାମାନେ ପାଠ ପଢିବା ପାଇଁ ଆନ୍ଧ୍ର ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ଆମେ ଆନ୍ଧ୍ରକୁ ଭୋଟ୍‌ ଦେଲେ କିଛି ଅସୁବିଧା ନାହିଁ। 
-ଜୁମଡାଙ୍ଗ ବାସିନ୍ଦା

ସେପଟେ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ଭିତରେ ବିବାଦ ଦେଖାଦେଇଛି। ଆନ୍ଧ୍ର ସରକାର ଏଠାକାର ୩ଟି ଗାଁରେ ନିର୍ବାଚନ କରାଉଥିବା ନେଇ ବିରୋଧ କରାଯାଉଛି। କୋଟିଆରେ ଆନ୍ଧ୍ର ସରକାର କରୁଥିବା ପଞ୍ଚାୟତ ନିର୍ବାଚନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛି ଭାରତୀୟ ବିକାଶ ପରିଷଦ ସଂଗଠନ। ଏକ ଜନସ୍ୱାର୍ଥ ମାମଲା ଦାୟର କରି ସୀମାକୁ ରାଜ୍ୟ ସରକାର ତୁରନ୍ତ ସୁରକ୍ଷା ଦିଅନ୍ତୁ ବୋଲି ନିବେଦନ କରିଛି। ସେହିଭଳି ଆନ୍ଧ୍ର ସରକାର ତୁରନ୍ତ ନିର୍ବାଚନ ବନ୍ଦ କରିବାକୁ ଦାବି କରିଛି। ସେପଟେ ଆନ୍ଧ୍ର ସରକାର କୋଟିଆରେ ନୂଆ ନିର୍ବାଚନ କରୁ ନାହାନ୍ତି ବରଂ ୧୯୫୩ରେ ରାଜ୍ୟ ଗଠନ ପରଠୁ ଏ ପ୍ରକ୍ରିୟା ଚାଲି ଆସୁଛି ଏବଂ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବାରୁ ନିର୍ବାଚନ ବନ୍ଦ ହେବନି ବୋଲି ଓଟିଭିକୁ କହିଛନ୍ତିି ଆନ୍ଧ୍ରର ସାଲୁର ବିଧାୟକ।

Advertisment

କୋରାପୁଟ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ନିଜ କବଜାକୁ ନେଇ ପଞ୍ଚାୟତ ନିର୍ବାଚନ କରାଉଛି ଆନ୍ଧ୍ର। ଏହାରି ଭିତରେ ୨ଟି ପଞ୍ଚାୟତରେ ନିର୍ବାଚନ ସରିଥିବା ବେଳେ ଆସନ୍ତା ୧୩ରେ ଆଉ ଗୋଟିଏ ପଞ୍ଚାୟତରେ ଭୋଟ୍ କରାଇବାକୁ ଯାଉଛି ଆନ୍ଧ୍ର।

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ