/odishatv-khabar/media/post_attachments/uploadimage/library/16_9/16_9_0/jual_1625501928.jpg)
jual
ସୁନ୍ଦରଗଡ଼: ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ ପାଇଁ ଘରୋଇ କରଣ କରିବାକୁ ଚାହୁଁଛନ୍ତି ।
Advertisment
ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ଦେଇଛନ୍ତି । ଯାହା ହକିର ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏଥିସହ ଉନ୍ନତ ମାନର ତାଲିମ ଯୋଗାଇବା ଆଳରେ ସୁନ୍ଦରଗଡ଼ରେ ଥିବା କ୍ରୀଡ଼ା ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଏହା ଫଳରେ ହକି ଛାତ୍ରାବାସର ପ୍ରଦର୍ଶନରେ ଅବନତି ଘଟିଛି।
/odishatv-khabar/media/post_attachments/wp-content/uploads/2020/07/jualll.jpg)
ତେଣୁ ହକିର ବିକାଶ ପାଇଁ ସୁନ୍ଦରଗଡ଼ରେ ଏକ ତାଲିମ କେନ୍ଦ୍ର ଖୋଳିବା ପାଇଁ ଜୁଏଲ ଓରାମ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେପଟେ ୨୦୧୪ ପୂର୍ବରୁ ସୁନ୍ଦରଗଡ଼ରେ ଥିବା ହକିଖେଳର ସୁବିଧା ସୁଯୋଗ ଯୋଗାଇଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)