/odishatv-khabar/media/post_attachments/uploadimage/library/16_9/16_9_0/narasing_1626685005.jpg)
narasingh
ଭୁବନେଶ୍ୱର : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ। ଦୁର୍ନୀତି, ଅନ୍ୟାୟ ଏବଂ ଅନୀତିକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ସାମ୍ୱାଦିକମାନେ ଆଜି ଅସୁରକ୍ଷିତ। ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ଆଇନର ରକ୍ଷକ ସାଜିଥିବା ପୁଲିସ ଆଉ ଜନପ୍ରତିନିଧିମାନେ ବି ସାମ୍ବାଦିକମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଉପାୟରେ ଆକ୍ରମଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। ନିକଟରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିବା ଘଟଣା ରାଜ୍ୟବ୍ୟାପି ବେଶ ଚହଳ ସୃଷ୍ଟି କରିଥିଲା। ତେବେ ସାମ୍ବାଦିକଙ୍କ ସୁରକ୍ଷା ନେଇ ଦାବି ହୋଇ ଆସୁଥିଲା ବେଳେ ଏହାକୁ ନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର।
ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂଆ ନିୟମ ଆଣିବାକୁ କହିଲେ ନରସିଂହ। ସେ କହିଛନ୍ତି ଯେ, ଅନେକ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକ ଆକ୍ରମଣର ଶିକାର ହେଉଛନ୍ତି। ଏପରିକି ଜନପ୍ରତିନିଧି ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି। ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ରହିଛି, ସୁରକ୍ଷା ପାଇଁ ନୂଆ ନିୟମ ଅଣାଯାଉ ବୋଲି ସେ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)