Advertisment

ପରଲୋକରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଉ ନାହାଁନ୍ତି। ସଡ଼କ ଦୁର୍ଘଟଣାରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଛକ ନିକଟରେ ଦୁର୍ଘଟଣାରେ ତାଙ୍କର ବିୟୋଗ ଘଟିଛି। ସେ ଏକ ସ୍କୁଟର୍‌ରେ ଯାଉଥିବାବେଳେ ଦୁର୍ଘଟଣା ହୋଇଥିଲା। ସଂଧ୍ୟା ପ୍ରାୟ…

author-image
Chandan Shishu
ଅଦ୍ୟତନ ହୋଇଛି
ପରଲୋକରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ

jimuta-mangaraj

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଉ ନାହାଁନ୍ତି। ସଡ଼କ ଦୁର୍ଘଟଣାରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଛକ ନିକଟରେ ଦୁର୍ଘଟଣାରେ ତାଙ୍କର ବିୟୋଗ ଘଟିଛି। ସେ ଏକ ସ୍କୁଟର୍‌ରେ ଯାଉଥିବାବେଳେ ଦୁର୍ଘଟଣା ହୋଇଥିଲା। ସଂଧ୍ୟା ପ୍ରାୟ ୭ଟାବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା। ତାପୂର୍ବରୁ କିନ୍ତୁ ଜୀମୂତଙ୍କ ଦେହାନ୍ତ ହୋଇସାରିଥିଲା ବୋଲି ସୂଚନା ମିଳିଛି।

Advertisment

ତାଙ୍କର ବିୟୋଗରେ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ ‍କ୍ଷତି ହୋଇଛି। ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିବା ସହ ଟୁଇଟ କରି ଦିବଂଗତଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଜୀମୂତଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Advertisment
Advertisment
Advertisment