Advertisment

ଜେଲ ଗଲେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌

ଯାଜପୁର(ଗୁଲାମ ଗସ୍‌): ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ତିନି ଦିନିଆ ରମାଣ୍ଡରେ ନେଇଥିବା ଗିରଫ ଅଭିଯୁକ୍ତ ରାକେଶ ଆଜି ଜେଲ୍‌କୁ ଫେରିଛି। ତେବେ ଏହି ତିନି ଦିନିଆ ରିମାଣ୍ଡରେ ନେଇ ପୋଲିସ ତା’ଠାରୁ କି ସୁରାକ ପାଇଛି ତାହାର କୌଣସି ସୂଚନା ମିଳିନାହିଁ। ତିନିଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି  ସକାଳ ୯.୩୦ ସମୟରେ ଯାଜପୁର ପୋଲିସ ରାକେଶକୁ କୁଆଖିଆ ଥାନାରୁ ଆଣିଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ […]

ଜେଲ ଗଲେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌

Jharapghhula-rksh

Advertisment

ଯାଜପୁର(ଗୁଲାମ ଗସ୍‌): ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ତିନି ଦିନିଆ ରମାଣ୍ଡରେ ନେଇଥିବା ଗିରଫ ଅଭିଯୁକ୍ତ ରାକେଶ ଆଜି ଜେଲ୍‌କୁ ଫେରିଛି। ତେବେ ଏହି ତିନି ଦିନିଆ ରିମାଣ୍ଡରେ ନେଇ ପୋଲିସ ତା’ଠାରୁ କି ସୁରାକ ପାଇଛି ତାହାର କୌଣସି ସୂଚନା ମିଳିନାହିଁ।

Advertisment

ତିନିଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି  ସକାଳ ୯.୩୦ ସମୟରେ ଯାଜପୁର ପୋଲିସ ରାକେଶକୁ କୁଆଖିଆ ଥାନାରୁ ଆଣିଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ  ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । ପରେ ରାକେଶକୁ ୧୨ତାରିଖ ପର୍ଯ୍ୟନ୍ତ  ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି।

ସୂଚନାଥାଉ କି,  ବହୁ ଚର୍ଚ୍ଚିତ ଝରାଫୁଲ୍ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଆଜି ଆଉ ଏକ ପ୍ରମାଣ ଲାଗିଛି । ରାକେଶର ସ୍କୁଟରକୁ ପୋଲିସ ଭୁବନେଶ୍ୱର ସୁନ୍ଦରପଦାରୁ ପାଇଥିବାବେଳେ ଆଜି ଘଟଣା ଦିନ ସେ ପିନ୍ଧିଥିବା ପ୍ୟାଣ୍ଟସାର୍ଟକୁ ଜବତ କରିଛି ପୋଲିସ। ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି।

Advertisment

କୁଆଖିଆ ପୋଲିସ ରାକେଶକୁ ତିନି ଦିନିଆ ରିମାଣ୍ଡରେ ନେଇଥିଲେ। ପ୍ରଥମେ ମୁଗୁପାଳରେ ଶବ ଫିଙ୍ଗିଥିବା ସ୍ଥାନକୁ ନେଇ ସିନ୍ ରିକ୍ରିଏଟ କରିଥିଲା । ପୋଲିସ ଏହାପରେ ତାକୁ ଭୁବନେଶ୍ୱର ନେଇ ଧର୍ମବିହାର ଗେଷ୍ଟ ହାଉସରେ ସିନ୍ ରିକ୍ରିଏଟ କରିଥିଲା। ଏହାପରେ ଗତକାଲି ଘଟଣା ଦିନ ବ୍ୟବହାର କରାଯାଇଥିବା ସ୍କୁଟିକୁ ପୋଲିସ ଜବତ କରିଥିଲା।  ଜେରା ବେଳେ ସେ ଦେଇଥିବା ତଥ୍ୟ ଅନୁସାରେ ଆଜି ତାର ପ୍ୟାଣ୍ଟସାର୍ଟ ଓ ମୋବାଇଲ୍ ଜବତ କରିଛି ପୋଲିସ।

ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୯ ଦିନ ବିତି ଗଲାଣି। ହେଲେ ଏଯାଏଁ ଘଟଣା ଉପରୁ ଉଠି ପାରୁନି ପରଦା। ଏଘଟଣାର ତଦନ୍ତ କରୁଥିବା କୁଆଖିଆ ପୋଲିସକୁ ଅଭିଯୁକ୍ତ ରାକେଶ୍ ବ୍ୟବହାର କରିଥିବା ସ୍କୁଟର, ପ୍ୟାଣ୍ଟସାର୍ଟ, ମୋବାଇଲକୁ ଜବତ କରିଛି। କିନ୍ତୁ ସ୍କୁଟରରେ ରାକେଶ ସହ ଥିବା ତାଙ୍କ ବନ୍ଧୁ ଶକ୍ତିଶେଖରର କୌଣସି ପତ୍ତା ପାଇ ଏଯାଏଁ ପାଇ ପାରିନାହିଁ ପୋଲିସ। ପୋଲିସ ଗାଡ଼ି ଜବତ କରିଥିବାବେଳେ ଡିକିରେ ନମ୍ବର ପ୍ଲେଟ ରଖାଯାଇଥିବା ଦେଖିବାକୁ ମିଳିଛି। ଏହି ଗାଡ଼ିର ମାଲିକ ନିଜେ ରାକେଶ ବୋଲି ପୋଲିସ ଜାଣିବାକୁ ପାଇଛି। ଗାଡ଼ି ମିଳିବା ପରେ ଏବେ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି ଅଭିଯୁକ୍ତ ରାକେଶର ଭାଇ ସମେତ ଆଉ ଜଣେ ସମ୍ପର୍କୀୟ।  ଉଭୟଙ୍କୁ କୁଆଖିଆ ଥାନାକୁ ଡକାଇ ଜେରା କରିଛି ପୋଲିସ।

Advertisment

ଏଠି କହି ରଖିବୁ, ତିନି ଦିନିଆ ରିମାଣ୍ଡରେ ନେବା ପରେ ରାକେଶଠାରୁ କି ତଥ୍ୟ ହାସଲ କରିଛି ତାହା ମଧ୍ୟ ପୋଲିସ ଏ ଯାଏ ସୂଚନା ଦେଇ ନାହିଁ।

RD University Girl Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ