/odishatv-khabar/media/media_files/2026/01/02/tension-among-farmers-2026-01-02-18-11-06.jpg)
ସରକାରଙ୍କ ନୂଆ ନିୟମ; ଜରି ଅଖାକୁ ନା Photograph: (OTV)
ଚାଷୀଙ୍କୁ ଝୋଟ ଅଖା ଟେନସନ। ପୂର୍ବରୁ ଜରି ଅଖାରେ ଚାଷୀ ଧାନ ଅମଳ କରି ମଣ୍ଡିରେ ବିକ୍ରି କରୁଥିଲେ। କିନ୍ତୁ ଚଳିତ ବର୍ଷ ଝୋଟ ଅଖାରେ ଧାନ ଆଣିଲେ ହିଁ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ସମବାୟ ଏବଂ ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କୁ କୁହା ଯାଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ।
ବଜାରରେ ଜରି ଅଖା ର ମୂଲ୍ୟ ୧୪ ରୁ ୧୫ ଟଙ୍କା ଥିବାବେଳେ ସେଥିରେ ୮୦ କେଜିରୁ ଅଧିକ ଓଜନର ଧାନ ରହୁଥିଲା। ଗାଡି ଲୋଡିଂ ଅନ୍ଲୋଡିଂଙ୍ଗ କରିବାକୁ ୨୦ ଟଙ୍କା ନେଉଥିଲେ ଖଲାସି। ଟ୍ରାକ୍ଟର କିମ୍ବା କୌଣସି ଗାଡିରେ ମଣ୍ଡିକୁ ନେବା ପାଇଁ ୩୦ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ଝୋଟ ଅଖାରେ ଧାନ ମଣ୍ଡିରେ ଦେବାକୁ ନିୟମ ପରେ ଖର୍ଚ୍ଚାନ୍ତ ଅଧିକ ହେବ ବୋଲି ଚାଷୀ କହିଛନ୍ତି। ୫୦ କେଜି ନୂଆ ଝୋଟ ଅଖାର ମୂଲ୍ୟ ୫୦ ଟଙ୍କା ପୁରୁଣା ୨୫ ଟଙ୍କା ଥିବାବେଳେ ସେଥିରେ ଧାନ ହାରା ହାରି ୩୦ ରୁ ୩୫ କେଜି ରହିବ। ସେହିପରି ମଣ୍ଡିକୁ ନେବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ଥିବାରୁ ଚିନ୍ତାରେ ଚାଷୀ କୁଳ।
ମଣ୍ଡି ଖୋଲିବା ପୂର୍ବରୁ ସାନଖେମୁଣ୍ଡି ଦିଗପହଣ୍ଡିର ହଜାର ହଜାର ଚାଷୀ ବିଲରୁ ଧାନ ଅମଳ କରି ଜରି ଅଖାରେ ପ୍ୟାକ୍ କରି ନିଜ ଘର ବାରଣ୍ଡାରେ ରଖିଛନ୍ତି। ଏବେ ଝୋଟ ଅଖା ନିୟମ ପରେ ଚାଷୀ ପୁଣି ଜରି ଆଖରୁ ଝୋଟ ଅଖାରେ ଢାଳି ମଣ୍ଡିରେ ବିକ୍ରି କରିବ ଯାହା ଚାଷୀଙ୍କ ଖର୍ଚ୍ଚକୁ ବଢାଇ ଦେଇଛି। ସରକାର ଚଳିତ ବର୍ଷ ଆରମ୍ଭରୁ କାହିଁକି ଏଭଳି ନିୟମ କଲେନି ବୋଲି ପ୍ରଶ୍ନ ଉଠୁଛି। ଚଳିତ ବର୍ଷ ଜରି ଅଖାରେ ହିଁ ଧାନ ନିଅନ୍ତୁ ଆସନ୍ତା ବର୍ଷ ଝୋଟ ଅଖାରେ ନେବେ ବୋଲି ଚାଷୀ କହିଛନ୍ତି।
ଅନ୍ୟପଟେ ଧାନ ମଣ୍ଡି ଆରମ୍ଭରୁ ଚାଷୀଙ୍କ ବିକ୍ଷୋଭ ମେଳି ବାନ୍ଧି ୯ ଦଫା ଦାବି ନେଇ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ସାନଖେମୁଣ୍ଡି ଚାଷୀ।
ତେବେ ନିୟମ ଅନୁସାରେ ଚଳିତ ବର୍ଷ ପ୍ଲାଷ୍ଟିକ ଅଖାରେ ଚାଷୀ ଧାନ ଆଣିଲେ ରଖାଯିବ ନାହିଁ, ଝୋଟ ଅଖାରେ ରଖାଯିବ ବୋଲି ସୂଚନା ଦିଆଯାଇଛି। ଧାନ ୭୫ ଭାଗ ଶୁଖିବା ଆବଶ୍ୟକ ବୋଲି ନିୟମ ରହିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ ରଖାଯାଇଛି। ତେବେ ଚଳିତ ବର୍ଷ ଫସଲ ହୋଇ ଥିବାରୁ ୬୦ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ହେବ ବୋଲି ଆକଳନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ବାହାର ରାଜ୍ୟରୁ ଧାନ ନ ଆସିବା ପାଇଁ ଚିକିଟି ଓ ପାତ୍ରପୁରରେ ବର୍ଡର ଏରିଆରେ ଚେକପୋଷ୍ଟ କରାଯାଇଛି ଓ ଫ୍ଲାଇଙ୍ଗ ଗଠନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)