Advertisment

ଝରାଫୁଲ ମୃତ୍ୟୁ ରହସ୍ୟ; ପୋଲିସ୍‌ ହାତରେ ଲାଗିଲା ନୂଆ ସୁରାକ୍

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍‌ ହାତରେ ନୂଆ ସୁରାକ୍‌ ଲାଗିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୋଲିସ ଏକ ସ୍କୁଟର ଜବତ କରିଛି। ଜବତ ହୋଇଥିବା ଏହି ସ୍କୁଟରଟି ରାକେଶଙ୍କର ବୋଲି ଜଣାପଡ଼ିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ। ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶ […]

author-image
Rajalaxmi Sahoo
ଝରାଫୁଲ ମୃତ୍ୟୁ ରହସ୍ୟ; ପୋଲିସ୍‌ ହାତରେ ଲାଗିଲା ନୂଆ ସୁରାକ୍

Jharaphula death case

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍‌ ହାତରେ ନୂଆ ସୁରାକ୍‌ ଲାଗିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୋଲିସ ଏକ ସ୍କୁଟର ଜବତ କରିଛି। ଜବତ ହୋଇଥିବା ଏହି ସ୍କୁଟରଟି ରାକେଶଙ୍କର ବୋଲି ଜଣାପଡ଼ିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ।

Advertisment

ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଶେଷ ଦିନ। ତାଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପୋଲିସ୍‌ ପଚରାଉଚରା କରୁଛି। ଗତକାଲି ରାକେଶଙ୍କୁ ଯାଜପୁରରୁ ସିଧାସଳଖ ଭୁବନେଶ୍ୱର ଆଣିଥିଲା ପୋଲିସ୍‌‌। ଏହାପରେ ତାଙ୍କୁ ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ନେଇ ସିନ୍ ରିକ୍ରିଏଟ୍‌ କରାଯାଇଥିଲା। ଏତିକିବେଳେ ସେ ନିଜ ସ୍କୁଟରକୁ ସୁନ୍ଦରପଦାରେ ପାର୍କିଂ କରିଥିବା କହିଥିଲେ। ତାଙ୍କର ସୂଚନା ଅନୁସାରେ, ପୋଲିସ ସ୍କୁଟରଟିକୁ ଜବତ କରି ଥାନାକୁ ଆଣିଛି।

ଏସବୁ ଭିତରେ ଘଟଣାକୁ ସପ୍ତାହେ ବିତି ଗଲାଣି। ହେଲେ କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ  ସେନେଇ ପୋଲିସ୍‌ ଗୁମର ଖୋଲିପାରିନି। ୩ ଦିନିଆ ରିମାଣ୍ଡରେ ଥିବା ରାକେଶକୁ ଯାଜପୁର ପୋଲିସ ମୃତଦେହ ମିଳିଥିବା ସ୍ଥାନକୁ ନେଇ ଛାନଭିନ୍ କରିଛି

Advertisment

୨୬ ତାରିଖ ଦିନ ଗେଷ୍ଟ୍‌ ହାଉସ୍‌ରେ କଣ ଘଟିଥିଲା ? ସେଠାରେ ଝରାଫୁଲ ଅସୁସ୍ଥ ହୋଇଥିଲେ କି ? ଏଭଳି ବିଭିନ୍ନ ଦିଗକୁ ନେଇ ରାକେଶଙ୍କୁ ପୋଲିସ୍ ପଚରାଉଚରା କରୁଛି। ସେହିପରି ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଖାଇବା ସମୟର ସିସିଟିଭି ଫୁଟେଜକୁ ଆଧାର କରି ମଧ୍ୟ ପୋଲିସ୍‌ ତଦନ୍ତ କରୁଛି

RD University Girl Death Case
Advertisment
Advertisment