Advertisment

ଖୁବ୍‌ ଶୀଘ୍ର ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା !

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୁବ୍ ଶୀଘ୍ର ପରଦା ହଟିପାରେ। ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍‌କୁ ମିଳିଥିବା ବେଳେ ଏହାକୁ ନେଇ ପୋଲିସ୍‌ ତର୍ଜମା କରୁଛି। ତେଣୁ ଖୁବ୍‌ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି। ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ନାହିିଁ ? ଯଦି ହତ୍ୟା କରାଯାଇଛି ତା‘ହେଲେ କିପରି ହତ୍ୟା କରାଯାଇଛି, ସେସବୁର ପ୍ରମାଣ ମିଳିପାରେ ବୋଲି ଆଶା କରାଯାଉଛି। ରମାଦେବୀ […]

author-image
Rajalaxmi Sahoo
ଖୁବ୍‌ ଶୀଘ୍ର ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା !

jhrarphula

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୁବ୍ ଶୀଘ୍ର ପରଦା ହଟିପାରେ। ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍‌କୁ ମିଳିଥିବା ବେଳେ ଏହାକୁ ନେଇ ପୋଲିସ୍‌ ତର୍ଜମା କରୁଛି। ତେଣୁ ଖୁବ୍‌ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି।

Advertisment

ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ନାହିିଁ ? ଯଦି ହତ୍ୟା କରାଯାଇଛି ତା‘ହେଲେ କିପରି ହତ୍ୟା କରାଯାଇଛି, ସେସବୁର ପ୍ରମାଣ ମିଳିପାରେ ବୋଲି ଆଶା କରାଯାଉଛି। ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତଦେହ ଜାନୁଆରୀ ୨୭ରେ ଯାଜପୁର ଜିଲ୍ଲା କୁଆଖିଆ ନିକଟ ମୂଳାପାଳରୁ ମିଳିଥିଲା। ପାଖରେ ଥିବା ଗୋଟିଏ ଇଟା ଭାଟିରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍‌ ତଦନ୍ତ କରିଥିଲା। ଏହାପରେ ଝରାଫୁଲଙ୍କ ବାପା ରାକେଶ ନାମକ ଯୁବକର ସଂପୃକ୍ତି ନେଇ ଇସାରା କରିଥିଲେ। ଏହାପରେ ପୋଲିସ ସେହି ଦିଗରେ ତଦନ୍ତ କରିଥିଲା।

ଅନ୍ୟପକ୍ଷେ, ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା। ପରେ ଯାଜପୁର ପୋଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ତିନି ଦିନିଆ ରିମାଣ୍ଡରେ ଯାଇଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍ ତଥା ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁ ଫେବୃଆରୀ ୫ରେ ଜେଲ୍‌କୁ ଫେରିଥିଲେ

Advertisment

ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାରେ ଫେବୃଆରୀ ୪ରେ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ପୋଲିସ୍ ରାକେଶଙ୍କର ସ୍କୁଟର ଜବତ କରିଥିଲା। ଏହା ପରଦିନ ଅର୍ଥାତ୍‌ ଫେବୃଆରୀ ୫ରେ ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍‌,ଶର୍ଟକୁ ପୋଲିସ୍‌ ଜବତ କରିଥିଲା। ଝରାଫୁଲଙ୍କ ମୃତ୍ୟୁ ଦିନ ଏହି ପ୍ୟାଣ୍ଟ୍‌, ଶର୍ଟକୁ ରାକେଶ ପିନ୍ଧିଥିଲେ ବୋଲି ଜଣାପଡ଼ିଛି। ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିଲା।

RD University Girl Death Case
Advertisment
Advertisment