Advertisment

ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ: ବୟଫ୍ରେଣ୍ଡ୍‌ ଗିରଫ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ୍ୱ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍‌ ଗିରଫ କରିଛି। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍‌ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି। ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ ସେନେଇ ଯାଜପୁର ପୋଲିସ ତାଙ୍କୁ ଜେରା କରିବ। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ରାକେଶ, […]

author-image
Rajalaxmi Sahoo
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ: ବୟଫ୍ରେଣ୍ଡ୍‌ ଗିରଫ

rd student death

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ୍ୱ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍‌ ଗିରଫ କରିଛି। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍‌ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି।

Advertisment

ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ ସେନେଇ ଯାଜପୁର ପୋଲିସ ତାଙ୍କୁ ଜେରା କରିବ। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ରାକେଶ, ଝରାଫୁଲକୁ ପ୍ରେମ କରୁଥିବା ଏବଂ ଝିଅର ମୃତ୍ୟୁ ପଛରେ ରାକେଶର ଲିଙ୍କ୍ ଥିବା ନେଇ ମଧ୍ୟ ଝରାଫୁଲଙ୍କ ବାପା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ, ଏହି ରହସ୍ୟଜନକ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବା ଲାଗି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଆଜି ଝରାଫୁଲଙ୍କ ଗାଁକୁ ଯିବେ। ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବେ ମହିଳା କମିଶନ ଅଧ୍ୟକ୍ଷା।

Advertisment

ବୁଧବାର ଦିନ କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି କେହି ଫିଙ୍ଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

style="color: #ff0000;">ଝରାଫୁଲଙ୍କ ମୋବାଇଲ କଲ୍‌ ରେକର୍ଡକୁ ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି। ଏହାସହ ତାଙ୍କର ଶେଷ ମେସେଜ୍‌କୁ ବି ନେଇ ତନାଘନା ଚାଲିଛି। ଝରାଫୁଲ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଶେଷଥର ପାଇଁ ହୋଇଥିବା ଚାଟିଂ ସାମ୍ନାକୁ ଆସିଛି। ଏଥିରେ ଝରାଫୁଲ ତାଙ୍କ ଭାଇଙ୍କୁ ରିପ୍ଲାଏ ଦେଇ ଲେଖିଛନ୍ତି ଯେ ସେ ଠିକ୍ ଅଛନ୍ତି, ନେଟୱାର୍କ ପ୍ରୋବ୍‌ଲେମ୍ ରହୁଛି। ସାଙ୍ଗ ସୋନାଲିଙ୍କ ଘରେ ଅଛି। ତେବେ କିଏ ଏହି ସୋନାଲି ? ତାଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିଛି।  ତାଙ୍କୁ କାହିଁକି ଏଯାଏଁ ଠାବ କରାଯାଇନି? ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ସେପଟେ, ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ ତାଙ୍କ ଲୋକାଲ ଗାର୍ଡିଏନ ଚକ୍ରଧରଙ୍କ ବୟାନ ଘଟଣାକୁ ଭିନ୍ନ ଭିନ୍ନ ଦିଗ ଦେଇଛି।

ମୃତ ଛାତ୍ରୀ ଝରାଫୁଲଙ୍କ ଘର ମୟୁରଭଞ୍ଜରେ। ସେ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ।

RD University Girl Death Case
Advertisment
Advertisment