/odishatv-khabar/media/post_attachments/uploadimage/library/16_9/16_9_0/Untitled-1-87_1626259878.jpg)
Jelly Fish Death
ପୁରୀ : ପୁରୀ ସମୁଦ୍ର କୂଳରେ ଶହ ଶହ ଜେଲି ମାଛ ମଡ଼କ। ଆଜି ସକାଳୁ ଶହ ଶହ ମୃତ ଜେଲି ଫିସ୍ ସମୁଦ୍ର କୂଳରେ ପଡ଼ିଥିବା ଦେଖିବାକୁ ମିଳିଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଏଭଳି ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ପେଣ୍ଠକଟା ଅଞ୍ଚଳରେ ଡିସ୍କୋ କୋକଲି ମାଛ ମଡ଼କ ଦେଖିବାକୁ ମିଳିଥିଲା । ତେବେ ଏହାର ମୃତ୍ୟୁର ପ୍ରକୃତ କାରଣକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି।
Advertisment
ବାତ୍ୟା ପୂର୍ବରୁ ଏହାର ପ୍ରଭାବରେ ଏଭଳି ମଡ଼କ ହୋଇଥିବା ଲୋକେ କହୁଥିବା ବେଳେ କେହି କେହି ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ଦେଖାଯାଇଥିବା ମତ ରଖିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)