Advertisment

ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି ବିଜେଡି: ବୈଜୟନ୍ତ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଥିବା ମିଥ୍ୟା ସତ୍ୟପାଠ ଅଭିଯୋଗ ଉପରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ବିଜେଡି ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି। ଏମିତିକି ମୋ ପୂର୍ବ ସତ୍ୟପାଠରେ ଆୟର ଉତ୍ସ ସମ୍ପର୍କରେ ସବିଶେଷ ତଥ୍ୟ ସଂଲଗ୍ନ କରାଯାଇଥିଲା। ଯେଉଁଥିପାଇଁ ଅଦାଲତ ଏ ସମ୍ପର୍କିତ ମାମଲା ଉପରେ ରହିତାଦେଶ ଜାରି କରିଥିଲେ। ବିଜେଡିରୁ ଗତ ୧୮ବର୍ଷ ଧରି ସାଂସଦ ଥିବାବେଳେ […]

author-image
Jyotsnamayee Pradhan
ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି ବିଜେଡି: ବୈଜୟନ୍ତ

Baijayant-Panda

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଥିବା ମିଥ୍ୟା ସତ୍ୟପାଠ ଅଭିଯୋଗ ଉପରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ବିଜେଡି ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି। ଏମିତିକି ମୋ ପୂର୍ବ ସତ୍ୟପାଠରେ ଆୟର ଉତ୍ସ ସମ୍ପର୍କରେ ସବିଶେଷ ତଥ୍ୟ ସଂଲଗ୍ନ କରାଯାଇଥିଲା। ଯେଉଁଥିପାଇଁ ଅଦାଲତ ଏ ସମ୍ପର୍କିତ ମାମଲା ଉପରେ ରହିତାଦେଶ ଜାରି କରିଥିଲେ। ବିଜେଡିରୁ ଗତ ୧୮ବର୍ଷ ଧରି ସାଂସଦ ଥିବାବେଳେ ବିଜେଡି ମୋ ବିରୋଧରେ ଏ ନେଇ କୌଣସି ଅଭିଯୋଗ ଆଣି ନଥିବାବେଳେ ଗତ ୨ ବର୍ଷ ହେଲା ଆକସ୍ମିକ ଭାବେ ମୋର ବହୁ ତ୍ରୁଟି ବାହାର କରୁଛନ୍ତି।”

Advertisment

ସେ ଆହୁରି କହିଛନ୍ତି,“ ବିଜେଡି ଏବେ ଦୁର୍ନୀତିଗ୍ରସ୍ତ ଓ ଅପରାଧୀଙ୍କ ଦଳ ପାଲଟିଛି। ଓଡ଼ିଶା ଲୋକେ ଏ ନେଇ ଅବଗତ ଅଛନ୍ତି ଓ ଆଉ କିଛି ସପ୍ତାହ ପରେ ଓଡ଼ିଶା ଏମାନଙ୍କଠାରୁ ମୁକ୍ତ ହେବ।”

ବିଜେଡି ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଛି ଯେ,  IMFA ଭାଇସ୍ ଚେୟାରମ୍ୟାନ ଭାବେ ବୈଜୟନ୍ତ ବାର୍ଷିକ ୨ କୋଟି ଟଙ୍କା ‌ଆୟ କରୁଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ହେଲେ ୨୦୧୪ ସାଧାରଣ ନିର୍ବାଚନ ବେଳେ ସେ ଏହି ତଥ୍ୟ ଲୁଚାଇଥିଲେ।

Advertisment

Advertisment
Advertisment