Advertisment

Jay Dholakia Switches to BJP: ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ, ହୋଇପାରନ୍ତି ନୂଆପଡ଼ାର ବିଜେପି ପ୍ରାର୍ଥୀ

ନୂଆପଡ଼ା ପଲିଟିକ୍ସରେ ବଡ଼ ଟ୍ବିଷ୍ଟ । ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ | ଭୁବନେଶ୍ବର ବିଜେପି ପାର୍ଟି ଅଫିସ୍ ରେ ଜୟ ଢୋଲକିଆ ପହଞ୍ଚି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ  ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି ।

author-image
Tapan Swain
Jay Dholakia

Jay Dholakia Photograph: (OTV)

ନୂଆପଡ଼ା ପଲିଟିକ୍ସରେ ବଡ଼ ଟ୍ବିଷ୍ଟ । ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ | ଭୁବନେଶ୍ବର ବିଜେପି ପାର୍ଟି ଅଫିସ୍ ରେ ଜୟ ଢୋଲକିଆ ପହଞ୍ଚି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ  ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଏହି ସମୟରେ ମଧ୍ୟ ଉପସ୍ଥିତ ଥିଲେ ।  ନୂଆପଡ଼ାର ବିଜେପି ପ୍ରାର୍ଥୀ ହୋଇପାରନ୍ତି ଜୟ ଢୋଲକିଆ । 

Advertisment

ନୂଆପଡା ଉପନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ କିଏ ହେବ ଚର୍ଚ୍ଚା ଭିତରେ ବିଜେପିରେ ଜୟ ସାମିଲ ହୋଇଛନ୍ତି । ତେଣୁ ବିଜେପିରୁ ତାଙ୍କ ଟିକେଟ ଏକ ପ୍ରକାର ନିଶ୍ଚିତ।  ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡାରେ ଉପନିର୍ବାଚନ ହେବାକୁ ଯାଉଛି | ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ବିଜେଡ଼ିରୁ ବିଧାୟକ ଥିବାବେଳେ ତାଙ୍କ ପୁଅ ଜୟ ବିଜେଡ଼ି ଟିକେଟରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା |

ସେସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ଜୟ ଢୋଲକିଆ ବିଜେପିରେ ଯୋଗଦାନ କରିଛନ୍ତି । ଜୟ ଢୋଲକିଆଙ୍କୁ ନେଇ ନୂଆପଡ଼ାରୁ ଭୁବନେଶ୍ବର ଯାଏଁ ଚର୍ଚ୍ଚା। ଆଜି ନୂଆପଡା ଜିଲ୍ଲାରେ ଜୟଙ୍କ ସମର୍ଥକମାନେ ଏକ ବିଶାଳ ରାଲି କରିଥିଲେ । ସେମାନେ ଜୟଙ୍କ ସହ ଅଛନ୍ତି ବୋଲି ଦୃଢ଼ ସ୍ୱରରେ କହିଥିଲେ । 

Advertisment

ରାତିରେ ଜୟ ଢୋଲକିଆଙ୍କ ସହ କଥା ହୋଇଥିଲା ବିଜେଡି କିନ୍ତୁ ସକାଳୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଲା। ସକାଳୁ ଅପେକ୍ଷା କରିଥିଲେ ବିଜେଡି ନେତା କିନ୍ତୁ ଆସିଲେନି ଜୟ ଢୋଲକିଆ। ଆଜି କିଛି ଏଭଳି ଭାବେ ନିରାଶା ଭାବରେ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। 

ନୂଆପଡ଼ାରେ ବିଜେପି ଜିତିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ବିଜେପି ଯାଜପୁର ସାଂସଦ ରବି ନାରାୟଣ ବେହେରା। ବିଜେଡିରେ ଏକଛତ୍ରବାଦ ଶାସନ ଧ୍ବଂସ ହେବାରେ ଲାଗିଛି ବୋଲି ଦୋହରାଇଛନ୍ତି ରବି ବେହେରା। 

BJP Nuapada
Advertisment
Related Articles
Advertisment