Advertisment

ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ମାଲକାନଗିରି: ବନ୍ୟା ପାଣିରେ ପୋଲ ତଳକୁ ଖସିପଡ଼ିଲା ବସ୍। ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଯବାନ। ମାଲକାନଗିର ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଏ ଦୁର୍ଘଟଣା। DRG ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିର ସୁଅରେ ପୋଲ ତଳକୁ ଖସିପଡିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କାହାରିକୁ କ୍ଷତି ହୋଇନାହିଁ। ମାଓ ଅପରେସନରେ ଯାଇ ଯବାନମାନେ ଫେରୁଥିଲେ। ଏହି ସମୟରେ ବିଜାପୁର ଜିଲ୍ଲାର ଏକ ପୋଲ ଉପରେ ବନ୍ୟା ଜଳ ଚାଲି୍‌ଲିା। ପୋଲ ଉପରେ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

bus

ମାଲକାନଗିରି: ବନ୍ୟା ପାଣିରେ ପୋଲ ତଳକୁ ଖସିପଡ଼ିଲା ବସ୍। ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଯବାନ। ମାଲକାନଗିର ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଏ ଦୁର୍ଘଟଣା। DRG ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିର ସୁଅରେ ପୋଲ ତଳକୁ ଖସିପଡିଛି।

Advertisment

ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କାହାରିକୁ କ୍ଷତି ହୋଇନାହିଁ। ମାଓ ଅପରେସନରେ ଯାଇ ଯବାନମାନେ ଫେରୁଥିଲେ। ଏହି ସମୟରେ ବିଜାପୁର ଜିଲ୍ଲାର ଏକ ପୋଲ ଉପରେ ବନ୍ୟା ଜଳ ଚାଲି୍‌ଲିା। ପୋଲ ଉପରେ ପାଣି ଚାଲୁଥିବା ସତ୍ତ୍ୱେ ଯବାନମାନେ ଗାଡ଼ିରେ ପାର ହୋଇଥିଲେ।

ପାଣିର ସୁଅ ଏତେ ଅଧିକ ଥିଲା ଯେ ବସଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା। ତେବେ ସମସ୍ତ ଯବାନ ସୁରକ୍ଷିତ ଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇଛି।

Advertisment
Advertisment
Advertisment