/odishatv-khabar/media/post_attachments/uploadimage/library/16_9/16_9_0/jhrarphula_1626256015.jpg)
jhrarphula
ଭୁବନେଶ୍ୱର: କାହିଁକି ଅଦିନରେ ଝରିଗଲା ଝରାଫୁଲ ? କିଏ ମାରିଲା ମେଧାବୀ ଛାତ୍ରୀ ଝରାଫୁଲଙ୍କୁ ? କ’ଣ ପାଇଁ ମାରିଲା ? ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳିଛି। ପ୍ରାୟ ତିନିମାସ ପରେ ଝରାଫୁଲ ହତ୍ୟା ରହସ୍ୟରୁ ପରଦା ଉଠିଛି। ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରାଯାଇଛି। ଟଙ୍କା ପାଇଁ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ହିଁ ଝରାଫୁଲକୁ ହତ୍ୟା କରିଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଯାଜପୁର ଏସ୍.ପି ରାହୁଲ ପିଆର୍।
ଆଜି ଗଣମାଧ୍ୟମ ସମ୍ମୁଖରେ ଯାଜପୁର ଏସ୍ପି ରହୁଲ ପିଆର କହିଛନ୍ତି, ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଛି। ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଛି। ଝରାଫୁଲର ପୁରୁଷ ବନ୍ଧୁ ତଥା ପୂର୍ବରୁ ଗିରଫ ହୋଇଥିବା ଝରାଫୁଲର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହତ୍ୟା କରିଥିବା କହିଛନ୍ତି ଯାଜପୁର ଏସ୍ପି ।
ସୂଚନାଥାଉ କି, ଆଜି ଯାଜପୁର ପୋଲିସ ଏହି ମାମଲାର ଅନ୍ୟତମ ଫେରାର ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ଯାଜପୁର ପୋଲିସ ଗିରଫ କରିଥିଲା। ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ସୂଚନାଥାଉ କି, ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ଝରାଫୁଲ ନାୟକ ଜାନୁଆରୀ ୨୪ ତାରିଖରେ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇ ଭୁବନେଶ୍ୱର ଆସିଥିଲା। ୨ ଦିନ ପରେ ଅର୍ଥାତ୍ ୨୬ ତାରିଖ ରାତିରେ ଝରାଫୁଲଙ୍କୁ ହତ୍ୟା କରାଯାଇଥିଲା।
ଏସ୍ପିଙ୍କ କହିବା ଅନୁଯାୟୀ, ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ଝରାଫୁଲଙ୍କଠାରୁ ୩୦ ହଜାର ଟଙ୍କା ନେଇଥିଲା। ଝରାଫୁଲଠୁ ଏହି ଟଙ୍କା ନେଇ ଏକ ସ୍କୁଟର୍ କିଣିଥିଲେ। ଟଙ୍କା ଫେରାଇବାକୁ ଝରାଫୁଲ ବାରମ୍ବାର କହୁଥିଲେ ବି ରାକେଶ ଫେରାଉ ନ ଥିଲା। ଯଦି, ଟଙ୍କା ନଦିଅନ୍ତି ତେବେ ସେ ତାଙ୍କ ଘର ଲୋକଙ୍କୁ ଏହା ଜଣାଇବେ ବୋଲି ଝରାଫୁଲ କହିଥିଲେ। ଶେଷରେ ଝରାଫୁଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ରାକେଶ।
ଯୋଜନାବଦ୍ଧ ଭାବେ ଜାନୁଆରୀ ୨୬ରେ ସେ ଝରାଫୁଲକୁ ଡାକି ଦେଖା କରିଥିଲେ। ଟଙ୍କା ଫେରାଇବ ବୋଲି କହି ଝରାଫୁଲଙ୍କୁ ଡାକି ଏକ ହୋଟେଲ୍ରେ ରଖିଥିଲା ରାକେଶ। ସେଠାରେ ତାଙ୍କୁ ନିଶାଶକ୍ତ କରାଇଥିଲେ। ତା’ ପରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିବା ଯାଜପୁର ଏସ୍ପି ସୂଚନା ଦେଇଛନ୍ତି। ୩ ଜଣ ମିଶି ମୃତଦେହକୁ ଫୋପାଡ଼ିବାକୁ ଯୋଜନା କରିଥିଲେ।
ରାକେଶ ଓ ଶକ୍ତିପ୍ରସାଦ ହିଁ ସ୍କୁଟରରେ ମୃତଦେହକୁ ରଖି ନେଇଥିଲେ। ଯାଜପୁର କୁଆଖିଆ ନିକଟରେ ରାକେଶ ଓ ତାଙ୍କ ସହଯୋଗୀ ମୃତଦେହକୁ ଫିଙ୍ଗି ଦେଇଥିଲେ। ଜାନୁଆରୀ ୨୭ରେ ତାଙ୍କର ମୃତଦେହ ଉଦ୍ଧାର କରାଇଥିଲା। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ। ଜେରା ବେଳେ ରାକେଶ ଦେଇଥିବା ତଥ୍ୟ ଅନୁସାରେ, ତାଙ୍କର ପ୍ୟାଣ୍ଟ୍,ଶର୍ଟ ଓ ମୋବାଇଲ୍ ଜବତ କରି ପୋଲିସ୍ ଘଟଣାର ତଦନ୍ତ କରୁଥିଲା।
ସୂଚନାଥାଉ କି, ଗତ ସପ୍ତାହରେ ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ କରାରଯାଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ଏବେ ଗିରଫ ହୋଇ ଜେଲ୍ରେ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)