Advertisment

ଦମ୍ପତିଙ୍କ ଉପରେ ଓଲଟି ପଡିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର

ଯାଜପୁର : କଳିଙ୍ଗ ନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ମଟର ସାଇକେଲରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଓଲଟିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର। ଫଳରେ ଦମ୍ପତି ଉକ୍ତ କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ପହଞ୍ଚି ଆଇରନ କ୍ରୋମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରି ଡୁବୁରୀ ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ୱାମୀ ସ୍ତ୍ରୀ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ […]

author-image
Pradesh Pratyush
ଦମ୍ପତିଙ୍କ ଉପରେ ଓଲଟି ପଡିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର

couple

ଯାଜପୁର : କଳିଙ୍ଗ ନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ମଟର ସାଇକେଲରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଓଲଟିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର। ଫଳରେ ଦମ୍ପତି ଉକ୍ତ କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ।

Advertisment

ନିକଟରେ ଥିବା ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ପହଞ୍ଚି ଆଇରନ କ୍ରୋମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରି ଡୁବୁରୀ ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ୱାମୀ ସ୍ତ୍ରୀ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି। ଦମ୍ପତି ଜଣଙ୍କ ତାଳଜଙ୍ଗା ଗ୍ରାମର ବୋଲି ଜଣାପଡିଛି। ତେବେ ଡ଼ମ୍ପର ଡ୍ରାଇଭର ଫେରାର ଥିବା ଜଣାପଡିଛି। ଘଟଣାର ଅନୁସନ୍ଧାନ ଜାରି ରଖିଛି।

Advertisment
Advertisment