Advertisment

ଏହି ସହର ୪ଦିନ ପାଇଁ ସଟ୍‌ଡାଉନ୍‌

ଜୟପୁର: ଜୟପୁର ପୌରାଞ୍ଚଳ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା । ଆଜି ମଧ୍ୟରାତ୍ରରୁ ୨୮ ତାରିଖ ମଧ୍ୟରାତ୍ର ଯାଏଁ ଜୟପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।  ଏହି ସମୟରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ନେଇ ସର୍ଭେ କରିବ ପ୍ରଶାସନ।  ତେବେ ସଟ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।  ସହରରେ ବ୍ୟାଙ୍କ ସକାଳ ୮ରୁ ଦିନ […]

author-image
Mahasweta Baral
ଅଦ୍ୟତନ ହୋଇଛି
ଏହି ସହର ୪ଦିନ ପାଇଁ ସଟ୍‌ଡାଉନ୍‌

shutdown

ଜୟପୁର: ଜୟପୁର ପୌରାଞ୍ଚଳ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା । ଆଜି ମଧ୍ୟରାତ୍ରରୁ ୨୮ ତାରିଖ ମଧ୍ୟରାତ୍ର ଯାଏଁ ଜୟପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

Advertisment

କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।  ଏହି ସମୟରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ନେଇ ସର୍ଭେ କରିବ ପ୍ରଶାସନ।  ତେବେ ସଟ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।  ସହରରେ ବ୍ୟାଙ୍କ ସକାଳ ୮ରୁ ଦିନ ୨ଟା ଯାଏଁ ଖୋଲା ରହିବ ବୋଲି ପ୍ରଶାସନ ସୂଚନା ଦେଇଛି ।

ଅନ୍ୟପକ୍ଷରେ, ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮,୧୪୭ ଜଣ ଚିକିତ୍ସାଧୀନ ଥିବାବେଳେ ୧୪,୩୯୩ ଜଣ ସୁସ୍ଥ ହୋଇଛନ୍ତି। ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

Advertisment
Advertisment