Advertisment

ଜେଲ୍‌ରୁ ଫେରିବା ପରେ ବେସାହାରା ବାପା , ପର କରିଦେଲେ ପୁଅଝିଅ

ନୂଆପଡ଼ା (ମାୟାଧର ସରାଫ): ଗୋଟିଏ ଭୁଲ ବଦଳାଇ ଦିଏ ମଣିଷର ସ୍ଥିତି ଓ ବଦଳାଇ ଦିଏ ଜୀବନର ପଥ । ହସଖୁସିର ସଂସାରରେ ଘୋଟିଯାଏ କଳା ବାଦଲ।  ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ଗୋଲାବନ୍ଧର ଭୁବନ ମାଝୀ । ସ୍ତ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୮ ବର୍ଷ ଦଣ୍ଡ ଭୋଗିବା ପରେ ଏବେ ଗାଁକୁ ଫେରିଛନ୍ତି ଭୁବନ । ହେଲେ ଗାଁକୁ ଫେରିବା ପରେ ସବୁ ଜରାଜୀର୍ଣ୍ଣ ଓ ଭାଙ୍ଗିରୁଜି […]

author-image
Pradesh Pratyush
ଜେଲ୍‌ରୁ ଫେରିବା ପରେ ବେସାହାରା ବାପା , ପର କରିଦେଲେ ପୁଅଝିଅ

bhuban majhi

ନୂଆପଡ଼ା (ମାୟାଧର ସରାଫ): ଗୋଟିଏ ଭୁଲ ବଦଳାଇ ଦିଏ ମଣିଷର ସ୍ଥିତି ଓ ବଦଳାଇ ଦିଏ ଜୀବନର ପଥ । ହସଖୁସିର ସଂସାରରେ ଘୋଟିଯାଏ କଳା ବାଦଲ।  ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ଗୋଲାବନ୍ଧର ଭୁବନ ମାଝୀ । ସ୍ତ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୮ ବର୍ଷ ଦଣ୍ଡ ଭୋଗିବା ପରେ ଏବେ ଗାଁକୁ ଫେରିଛନ୍ତି ଭୁବନ । ହେଲେ ଗାଁକୁ ଫେରିବା ପରେ ସବୁ ଜରାଜୀର୍ଣ୍ଣ ଓ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ସୁଖର କୁଡିଆ । ସ୍ତ୍ରୀ ମରିଗଲା ପରେ ପୁଅ, ଝିଅ ବି ପର କରିଦେଲେ । ଅସହାୟ ଅବସ୍ଥାରେ ଏବେ କୋମନା ବ୍ଲକର ଗଡ଼ଗଡ଼ବାହାଲିରେ ରହୁଛନ୍ତି ଭୁବନ । ନା ଅଛି ସୁଖର ସଂସାର ନା ଅଛି ବାସଘର।

Advertisment

ହତ୍ୟାକାରୀର ଦାଗ ଲାଗିବା ପରେ ଏଠି ସମସ୍ତେ ପର । ଆପଣାର ମଣିଷ ବି ଛାଡି ଚାଲିଯାଇଛନ୍ତି । ନିଜ ଗାଁରେ ହତାଦର ହେବା ପରେ ଜେଲ୍‌ରେ ବନ୍ଧୁ ବାନ୍ଧିଥିବା ହେମଲାଲଙ୍କ ଗାଁ କୋମନା ବ୍ଲକ୍ ଗଡ଼ଗଡ଼ବାହାଲ୍‌ରେ ରହୁଛନ୍ତି ଭୁବନ । ନିଜର ଘର ନଥିବାରୁ କେବେ କାହା ପିଣ୍ଡାରେ ତ ଆଉ କେବେ ସ୍କୁଲ ଘରେ ବିତୁଛି ଭୁବନଙ୍କ ଜୀବନ ।

ଗାଁ ଗାଁ ବୁଲି ମାଗିଯାଚି ଚଳୁଛନ୍ତି । ତେବେ ତାଙ୍କ ପାଇଁ ଘର ଓ ରାସନ କାର୍ଡ ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି । ଏହାସହ ଜେଲରେ ଥିବା ବେଳେ ତାଙ୍କ ଉପାର୍ଜିତ ଟଙ୍କା ମିଳିନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସେପଟେ ଏଭଳି ଅଭିଯୋଗ ଶୁଣିବା ପରେ ତାଙ୍କୁ ଘର ଓ ରାସନ କାର୍ଡ ଯୋଗାଇ ଦେବା ପାଇଁ ନୂଆପଡ଼ା ଉପ ଜିଲ୍ଲାପାଳ କହିଛନ୍ତି।

Advertisment
Advertisment
Advertisment