prshant-muduli
ଜଗତସିଂହପୁର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ନେଇ ସ୍ପଷ୍ଟ କିରିଛନ୍ତି ନିଜେ ପ୍ରଶାନ୍ତ। ପଜିଟିଭ ଚିହ୍ନଟ ପରେ ହୋମ୍ ଆଇସୋଲେସନରେ ଥିବା କହିଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ।
ଏହା ପୂର୍ବରୁ ନବରଙ୍ଗପୁର ବିଧାୟକ ରମେଶ ମାଝୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ବିଧାୟକ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ଗତକାଲି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ ହୋଇଥିଲେ। ଏନେଇ ଶ୍ରୀ ରାଉତରାୟ ନିଜେ ଫେସବୁକ ମାଧ୍ୟମରେ ଏହି ସୂଚନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/prshant-muduli_1625358693.jpg)