Advertisment

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ଆଇଟମ ଡ଼୍ୟାନସକୁ ନେଇ ଝଡ଼

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ଲଭଲିଙ୍କ ଅଶ୍ଲୀଳ ଆଇଟମ ଡ୍ୟାନ୍ସକୁ ନେଇ ଝଡ଼। ନାରୀ ସୁରକ୍ଷା ମଞ୍ଚ ମହିଳା ସଂଗଠନ ଅଶ୍ଲୀଳ ନୃତ୍ୟକୁ ଆଜି ଜୋରଦାର ବିରୋଧ କରିଛି । ଖଣ୍ଡଗିରିକୁ ଯାଇ ଯାତ୍ରା ଆୟୋଜକଙ୍କୁ ତାଗିଦ କରିବା ସହ କଳିଙ୍ଗ ଗଣନାଟ୍ୟ ଏଥିରୁ ନିବୃତ୍ତ ରହିବାକୁ ଆୟୋଜକଙ୍କୁ ଚରମବାଣୀ ଶୁଣାଇଦେଇଛି। ଏନେଇ ପୁଲିସ କମିଶନରଙ୍କୁ ଏବଂ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମହିଳା ସଂଗଠନ। ସେପଟେ ଖଣ୍ଡଗିରି ପୁଲିସ ଗୋଟିଏ ଦିନ ପୂର୍ବରୁ ସବୁ […]

author-image
Pradesh Pratyush
ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ଆଇଟମ ଡ଼୍ୟାନସକୁ ନେଇ ଝଡ଼

dancer

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ଲଭଲିଙ୍କ ଅଶ୍ଲୀଳ ଆଇଟମ ଡ୍ୟାନ୍ସକୁ ନେଇ ଝଡ଼। ନାରୀ ସୁରକ୍ଷା ମଞ୍ଚ ମହିଳା ସଂଗଠନ ଅଶ୍ଲୀଳ ନୃତ୍ୟକୁ ଆଜି ଜୋରଦାର ବିରୋଧ କରିଛି । ଖଣ୍ଡଗିରିକୁ ଯାଇ ଯାତ୍ରା ଆୟୋଜକଙ୍କୁ ତାଗିଦ କରିବା ସହ କଳିଙ୍ଗ ଗଣନାଟ୍ୟ ଏଥିରୁ ନିବୃତ୍ତ ରହିବାକୁ ଆୟୋଜକଙ୍କୁ ଚରମବାଣୀ ଶୁଣାଇଦେଇଛି। ଏନେଇ ପୁଲିସ କମିଶନରଙ୍କୁ ଏବଂ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମହିଳା ସଂଗଠନ। ସେପଟେ ଖଣ୍ଡଗିରି ପୁଲିସ ଗୋଟିଏ ଦିନ ପୂର୍ବରୁ ସବୁ ଯାତ୍ରା ଦଳ, ଆୟୋଜକଙ୍କୁ ଡାକି ତାଗିଦ କରିଛନ୍ତି ।

Advertisment

ତେବେ ଗୋଟିଏ ଦିନ ଆଇଟମ ଡ୍ୟାନସର ଲଭଲିଙ୍କ ନୃତ୍ୟକୁ ନେଇ ଏପରି ପରିସ୍ଥିତି ଉପୁଜିଥିବାରୁ , କଳିଙ୍ଗ ଗଣନାଟ୍ୟ , ଆଇଟମ ଡ୍ୟାନସର ଓ ଆୟୋଜକଙ୍କୁ ନୋଟିସ କରିବ ଖଣ୍ଡଗିରି ପୁଲିସ।

ସେପଟେ  ଲଭଲିଙ୍କ ଆଇଟମ ଡାନ୍ସକୁ ନେଇ ପଶ୍ନ ଉଠାଇଛନ୍ତି ରାଣୀ ପଣ୍ଡା।  ପ୍ରଶାସନର ବାରଣ ସତ୍ତ୍ୱେ ତାଙ୍କୁ ଜଦି ବ୍ୟାନ କରାଗଲା, ତେବେ  ଅଶ୍ଲୀଳ ଆଇଟମ ଡ୍ୟାନ୍ସ ହେଲା କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment
Advertisment
Advertisment