/odishatv-khabar/media/post_attachments/uploadimage/library/16_9/16_9_0/ips_1623252618.jpg)
ips
ଭୁବନେଶ୍ୱର: ରାଜ୍ୟର ଆଇପିଏସ୍ ସ୍ତରରେ ଅଦଳବଦଳ । ଏନେଇ ବୁଧବାର ସନ୍ଧ୍ୟାରେ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ଭାବେ ୨୦୦୨ ବ୍ୟାଚ୍ର ନରସିଂହ ଭୋଳଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।
ସେହିଭଳି ୨୦୦୩ ବ୍ୟାଚ୍ର ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଥିବା ବେଳେ ୨୦୦୪ ବ୍ୟାଚ୍ ଆଇପିଏସ୍ ଦୀପକ କୁମାରକୁ ଉତ୍ତରାଞ୍ଚଳ ଡିଆଇଜି ବେ ଦାୟିତ୍ୱ ଦିଆଯାଇଛି । ସେପଟେ ଦେବଗଡ଼ ଏସ୍ପି ଭାବେ ବରିଷ୍ଠ ଓପିଏସ୍ ରାଜ କିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଥିବା ବେଳେ କଟକ ରେଲେୱେ ଏସ୍ପି ଭାବେ ଡି.ପି ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ସରକାର ।
ତେବେ ରାଜ୍ୟ ସରକାର ଅଚାନକ ପୂର୍ବାଂଚଳ ପୋଲିସ୍ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ବଦଳି କରିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ଆଲୋଚନା କରାଯାଇଛି । ବାତ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାରେ ପୁନରୁଦ୍ଧାର କାର୍ଯ୍ୟ ଓ କରୋନା ମହାମାରୀ ସଂକ୍ରମଣଜନିତ ପ୍ରୋଟୋକଲ୍ ମଧ୍ୟରେ ଶ୍ରୀ ପଟ୍ଟନାୟକଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି ପଦରୁ ହଟାଇ ଜେଲ୍ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବାରୁ ପାୱାର କରିଡରରେ ଏହାକୁ ନେଇ ବିଶେଷ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)