mahila thana
ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ଏ ସଂପର୍କରେ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଜଣେ ମହିଳା ତାଙ୍କ ନାବାଳିକା ଝିଅ ସହ ଆସି ଅଭିଯୋଗ କରିଥିଲେ।
ମହିଳା ଜଣଙ୍କ ନିଜ ଅଭିଯୋଗରେ ଘଟଣାରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀ, ଦୁଇ ସୁରକ୍ଷା କର୍ମଚାରୀ, ଜନୈକି ପୋଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଥିବା ଉଲ୍ଲେଖ କରିଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ଏହି ଅଭିଯୋଗ ଆଧାରରେ ମହିଳା ଥାନାରେ ଆଇପିସିର ବିଭିନ୍ନ ଧାରା ଓ ପୋକ୍ସୋ ଆକ୍ଟ ଅନୁଯାୟୀ କେଶ୍ ରୁଜୁ ହୋଇଛି। ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଡିସିପି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mahila-thana_1625355392.jpg)