bbsr
ଭୁବନେଶ୍ୱର: ଆଜି ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି। ଏନେଇ ଭୁବନେଶ୍ୱରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମହିଳାଙ୍କୁ ଆର୍ୟା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସନ୍ତୋଷିନୀଙ୍କୁ ସମ୍ମାନିତ କରାଯାଇଥିଲା।
ସନ୍ତୋଷିନୀ ବହୁ କଷ୍ଟ ସହି ସମାଜର ବାଧାବିଘ୍ନକୁ ପାର କରି ଚାରି କାନ୍ଥ ଡେଇଁ ଅଟୋ ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ କାର୍ଯ୍ୟକ୍ରମରେ ପଦ୍ମ ବିଭୁଷଣ ହରିପ୍ରସାଦ ଚୌରାସିଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bbsr-123_1626757311.jpg)