/odishatv-khabar/media/post_attachments/uploadimage/library/16_9/16_9_0/ship-1_1626416910.jpg)
ship-1
ପାରାଦୀପ : ଅାସନ୍ତା ଡିସେମ୍ବର ୪ରେ ଭାରତୀୟ ନୌସେନା ପାଳନ କରିବ। ନୌସେନା ଦିବସ ଏହାର ଅବ୍ୟବହିତ ପୂର୍ବରୁ ପାରାଦୀପରେ ପହଞ୍ଚିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ସୁମେଧା ଓ ତିହାୟୁ। ଏହାକୁ ଦେଖିବାକୁ ଜନସାଧାରଣଙ୍କ ଭିଡ଼ ଲାଗିଛି।
Advertisment
ପାରାଦୀପରେ ଗଭୀର ସମୁଦ୍ରରେ ଦେଶର ଜଳସୀମାରେ ନୌସେନା କିପରି ପ୍ରତିକୁଳ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରେ, ତାକୁ ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ସୁମେଧା ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ପାଟ୍ରୋଲିଂ ଜାହାଜ। ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସେନ୍ସର, ରାଡାର ପ୍ରଭୃତି ରହିଛି। ସେହିପରି ତିହାୟୁ ଦ୍ରୁତ ଗତି ସମ୍ପନ୍ନ ପାଟ୍ରୋଲିଂ ଜାହାଜ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)