Advertisment

"ସଂକ୍ରମଣ କମିଛି, ଆଶଙ୍କା ଦୂର ହୋଇନି"

ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି। ଲୋକମାନେ ଢିଲା ନ ହୋଇ କୋଭିଡ୍ ନିୟମ ମାନନ୍ତୁ ନହେଲେ ପଜିଟିଭି ସଂଖ୍ୟା ପୁଣି ବଢିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ବର୍ତ୍ତମାନର ସ୍ଥିତି ଦେଖିଲେ ସାମଗ୍ରିକ ଭାବେ ରାଜ୍ୟରେ ପରିସ୍ଥିତି ସୁଧୁରୁଛି

author-image
Sarbeswar
ଅଦ୍ୟତନ ହୋଇଛି

Capture 18

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି। ଲୋକମାନେ ଢିଲା ନ ହୋଇ କୋଭିଡ୍ ନିୟମ ମାନନ୍ତୁ ନହେଲେ ପଜିଟିଭି ସଂଖ୍ୟା ପୁଣି ବଢିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ବର୍ତ୍ତମାନର ସ୍ଥିତି ଦେଖିଲେ ସାମଗ୍ରିକ ଭାବେ ରାଜ୍ୟରେ ପରିସ୍ଥିତି ସୁଧୁରୁଛି। ପ୍ରତିଦିନର ସଂକ୍ରମଣ କମିବା ସହ ସଂକ୍ରମଣ ହାର, ଆକ୍ଟିଭ କେସ ସଂଖ୍ୟା ଓ ହସ୍ପିଟାଲାଇଜ ପେସେଣ୍ଟଙ୍କ ସଂଖ୍ୟା କମିଛି। ଯେଉଁ ୫ ଜିଲ୍ଲାରେ ବର୍ତ୍ତମାନ ସଂଖ୍ୟା ଟିକିଏ ଅଧିକ ରହୁଛି ସେଠି ବି କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ଯେଉଁ ଷ୍ଟ୍ରାଟେଜିରେ କାମ କରୁଥିଲେ ସେହି ଷ୍ଟ୍ରାଟେଜିକୁ ଆଉ କିଛି ଦିନ ଚାଲୁ ରଖିବାକୁ ପଡିବ। ତେବେ ଫେଜ୍ ଆକାରରେ ଜିଲ୍ଲା ଗୁଡିକୁ କୋହଳ କରାଯାଉଛି, ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ସେପଟେ, ରାଜ୍ୟକୁ କରୋନା ସଂକ୍ରମଣରେ ଆଜି କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ୩ ହଜାର ତଳକୁ ଖସିଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩,୩୧୯ ଥିଲା ବେଳେ ଆଜି ୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୧୭  ଚିହ୍ନଟ ହୋଇଥିବା ବେଳେ ୧୧୨୩ ଜଣ ଲୋକାଲ କେସ୍ ରହିଛି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୬୪୨୯କୁ ବୃଦ୍ଧି ପାଇଛି ।

ତେବେ ଆଜି ମୋଟ୍ ଚିହ୍ନଟ ହୋଇଥିବା ୨,୬୪୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ଟପି ବାଲେଶ୍ୱର ଆଗରେ ରହିଛି। ବାଲେଶ୍ୱରରେ ୩୯୭ଜନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୬୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୯, ବରଗଡରୁ ୨୧, ଭଦ୍ରକ ୧୨୮, ବଲାଙ୍ଗୀର ୧୧, ବୌଦ୍ଧ ୧୯, କଟକ ୨୬୬, ଦେବଗଡ ୪, ଢେଙ୍କାନାଳ ୬୭, ଗଜପତି ୧୮, ଗଞ୍ଜାମ ୧୭, ଜଗତସିଂହପୁର ୧୩୨, ଯାଜପୁର ୧୬୨, ଝାରସୁଗୁଡା ୮, କଳାହାଣ୍ଡି ୨୦, କନ୍ଧମାଳ ୧୫, କେନ୍ଦ୍ରାପଡା ୫୫, କେନ୍ଦୁଝର ୭୦, କୋରାପୁଟ ୬୧, ମାଲକାନଗିରି ୬୪, ମୟୁରଭଞ୍ଜ ୧୫୫, ନବରଙ୍ଗପୁର ୨୦, ନୟାଗଡ ୯୨, ନୂଆପଡା ୮, ପୁରୀ ୧୭୮, ରାୟଗଡା ୪୯, ସମ୍ବଲପୁର ୨୩, ସୋନପୁର ୨୫, ସୁନ୍ଦରଗଡରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ପୁଲରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି।
ସେପଟେ ରାଜ୍ୟର କରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଦିନକରେ ଆଉ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, କଟକ, ନୟାଗଡ଼ରୁ ୫ ଲେଖାଏଁ, ପୁରୀରୁ ୪, ଗଂଜାମ ଓ ଅନୁଗୁଳରୁ ୩ ଲେଖାଏଁ ଓ କଳାହାଣ୍ଡିରୁ ୨ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରେଇଛନ୍ତି
Advertisment
Odisha Corona Cases
Advertisment
Advertisment