/odishatv-khabar/media/post_attachments/uploadimage/library/16_9/16_9_0/corona-in-jail_1623051517.jpg)
corona-in-jail
ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା। ଧିରେ ଧିରେ କମି ବର୍ତ୍ତମାନ ୯ ପ୍ରତିଶତରେ ପହଞ୍ଚିଲାଣି। ସେତେବେଳେ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ୱ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡ଼ୁଛି ଆମ ସଂକ୍ରମଣ କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି। ସଂକ୍ରମଣ ବ୍ରେକ ପାଇଁ ଯେଉଁ ପ୍ରୟାସ ଥିଲା, ତାହା ସଫଳ ହୋଇଛି। ଏହିପରି ସଂକ୍ରମଣ କମିଲେ, ଆଶା ଯାହା ସେଠି ପହଞ୍ଚିବାକୁ ୭ରୁ ୮ ଦିନ ଲାଗିବ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୦୮୧ ରହିଛି। ସେହିପରି ଭାବରେ ଷ୍ଟେଟ୍ ପୁଲର ସଂଖ୍ୟା ୨୦୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୯୯୪ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)