Advertisment

ହୋମଗାର୍ଡଙ୍କ ଭତ୍ତା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଦୈନିକ ୫୩୩ ଟଙ୍କା ହିସାବରେ ପାରିଶ୍ରମିକ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୫୩୩ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଆଶିଂକ ପରିବର୍ତ୍ତନ କରି ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏ.କେ.ମିଶ୍ରଙ୍କ […]

ଅଦ୍ୟତନ ହୋଇଛି
ହୋମଗାର୍ଡଙ୍କ ଭତ୍ତା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

highcourt

Advertisment

କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଦୈନିକ ୫୩୩ ଟଙ୍କା ହିସାବରେ ପାରିଶ୍ରମିକ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

୫୩୩ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଆଶିଂକ ପରିବର୍ତ୍ତନ କରି ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏ.କେ.ମିଶ୍ରଙ୍କ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଡିଜି ଫାଏର ସର୍ଭିସଙ୍କ ସୁପାରିସ ଆଧାରରେ ଦୈନିକ ୫୩୩ ଟଙ୍କା ଦେବାକୁ ଜଣିକିଆ ଖଣ୍ଡପୀଠ ଗତ ଫେବୃୟାରୀ ୨୮ତାରିଖରେ ରାୟ ପ୍ରକାଶ କରିଥିଲେ। ଏହାକୁ ପିଛିଲା ଭାବରେ ୨୦୧୬ ନଭେମ୍ବର ୧୦ ତାରିଖରୁ ଲାଗୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ରିଟ୍ ଅପିଲ ଜରିଆରେ ଡିଭିଜନ ବେଞ୍ଚର ଦ୍ୱାରସ୍ଥ ହୋଇଥିଲେ।

Advertisment

ରିଟ୍ ଅପିଲର ରାୟ ପ୍ରକାଶ କରି ନଭେମ୍ବର ୨୦୧୬ ପରିବର୍ତ୍ତେ ଜାନୁଆରୀ ୨୦୨୦ଠାରୁ ୫୩୩ ଟଙ୍କା ଲେଖାଏଁ ପାରିଶ୍ରମକ ଦେବାକୁ ହାଇକୋର୍ଟ ଡିଭିଜନ ବ୍ୟାଞ୍ଚ ରାୟରେ ସ୍ପଷ୍ଟ କରିଛନ୍ତି। ୩ ମାସ ମଧ୍ୟରେ ଏହି ପକ୍ରିୟା ଶେଷ କରିବାକୁ ଡିଭିଜନ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ