Advertisment

ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା

ସୋନପୁର: ସ୍ପଷ୍ଟ ଦିବାଲୋକରେ ସ୍ୱୟଂ ସହାୟକ ଗୋଷ୍ଠୀର ୨ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା । ଆଜି ସୋନପୁର ବସଷ୍ଟାଣ୍ଡରେ ହୋଇଛି ଏହି ଲୁଟ୍ । ଆଉ ଲୁଟର ଶିକାର ହୋଇଛନ୍ତି ସୋନପୁର ବ୍ଲକ ସାହାଜବାହାଲ…

ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା

loot

Advertisment

ସୋନପୁର: ସ୍ପଷ୍ଟ ଦିବାଲୋକରେ ସ୍ୱୟଂ ସହାୟକ ଗୋଷ୍ଠୀର ୨ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା । ଆଜି ସୋନପୁର ବସଷ୍ଟାଣ୍ଡରେ ହୋଇଛି ଏହି ଲୁଟ୍ । ଆଉ ଲୁଟର ଶିକାର ହୋଇଛନ୍ତି ସୋନପୁର ବ୍ଲକ ସାହାଜବାହାଲ ଗାଁର ସନ୍ତୋସିନୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ।

Advertisment

ଆଜି ସୟଂ ସହାୟକ ଗୋଷ୍ଠୀର ଦୁଇ ସଦସ୍ୟ ସୋନପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସି ଏକ ଲକ୍ଷ ଟଙ୍କା ଉଠାଇଥିଲେ । ସେମାନେ ଉଠାଇଥିବା ଏକ ଲକ୍ଷ ଟଙ୍କା ଏବଂ ତାଙ୍କ ପାଖରେ ଥିବା ୮ଶହ ଟଙ୍କା ସହ ମୋବାଇଲ ଫୋନ ଏକ ବ୍ୟାଗରେ ଧରି ଯାଉଥିଲେ । ହେଲେ ସୋନପୁର ବସଷ୍ଟାଣ୍ଡ ସାମ୍ନାରେ ଦୁଇଜଣ ଯୁବକ ଏକ ବାଇକରେ ଆସି ବ୍ୟାଗଟି ଛଡାଇ ଚମ୍ପଟ ମାରିଥିଲେ । ମହିଳାମାନେ ପାଟି କରିଥିଲେ ବି ଅପରାଧିମାନେ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଏଣୁ ଏବେ ଘଟଣାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

SONEPUR_LOOT_AVO_5PM

Odisha Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ