/odishatv-khabar/media/post_attachments/uploadimage/library/16_9/16_9_0/IMD-Malaria-Outbreak_1625122128.jpg)
IMD-Malaria-Outbreak
ନୂଆଦିଲ୍ଲୀ: ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏକ ପରୀକ୍ଷାମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି।
Advertisment
ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ମ୍ୟାରେରିଆ ବାହକ ମଶା କେଉଁ ନିର୍ଦ୍ଦିଷ୍ଟ ପାଣିପାଗ ଏବଂ ତାପାମାତ୍ରାରେ ବଂଶ ବୃଦ୍ଧି କରିଥାଏ, ଏବଂ ସେହି ପାଣିପାଗ ଦେଶର କେଉଁ ଅଞ୍ଚଳରେ କେତେ ଦିନ ଲାଗି ରହିବ, ସେ ନେଇ ଆଇଏମଡି ପୂର୍ବାନୁମାନ କରିବ ଆଇଏମ୍ଡି।
ଏ ସୂଚନା ଫଳରେ ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ସମସ୍ତେ ସଚେତନ ହୋଇପାରିବେ। ଏବେ ପରୀକ୍ଷଣ ସ୍ତରରେ ଥିବା ଏହି ସୂଚନା ପ୍ରତି ଗୁରୁବାର ଆଇଏମଡି ୱେବସାଇଟରେ ଉପଲବଧ ହେଉଛି। ଆଗକୁ ବିଧିବଦ୍ଧ ଭାବେ ଏ ସମ୍ପର୍କୀତ ବୁଲେଟିନ୍ ପ୍ରକାଶ ପାଇବ ବୋଲି ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)