/odishatv-khabar/media/media_files/2026/02/08/administration-action-on-sand-mafia-2026-02-08-13-34-40.jpg)
ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ Photograph: (OTV)
ଜଗତସିଂହପୁର ଜିଲା ଅଢଙ୍ଗ ମଜୁରାଇ ଗାଁରେ ଗଛିତ ଥିବା ଦୁଇଶହ ଟ୍ରିପ ଚୋରା ବାଲି ଜବତ ହେବା ଘଟଣା ରେ ଜଣେ ବାଲି ମାଫିଆଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆସନ୍ତା ୧୦ ତାରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏର୍ଥି ସହ ସହ ଉଚିତ ପ୍ରମାଣ ଦେଇ ନପାରିଲେ ସମସ୍ତ ବାଲି ପ୍ରଶାସନ ପକ୍ଷରୁ ନିଲାମ କରିଦିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Advertisment
ଗତ ୫ ତାରିଖ ରାତିରେ ଖବର ପାଇ ଅଢଙ୍ଗ ମଜୁରାଇ ଗାଁରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ବରେ ଏକ ଟିମ ପହଁଚି ବେଆଇନ ଭାବରେ ଦୁଇଟି ସ୍ଥାନରେ ଗଛିତ ଥିବା ବାଲିକୁ ଜବତ କରାଯାଇଥିଲା । ଜିଲାର ବିଭିନ୍ନ ବାଲି ଘାଟରେ ବେଆଇନ ଭାବରେ ବାଲି ଚୋରା ଚାଲାଣ କରାଯାଉଥିବା ସହ କେତେକ ସ୍ଥାନରେ ବାଲି ଗଛିତ ରଖି କିଛି ବାଲି ମାଫିଆ ତାକୁ ଚଢା ଦର ରେ ବିକ୍ରି କରୁଥିବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।
- ସାବାଡ ହେବେ ବାଲି ମାଫିଆ
- ଜଗତସିଂହପୁରରେ ଚୋରା ବାଲି ଜବତ ହେବା ଘଟଣା
- ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ
- ଆସନ୍ତା ୧୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ
- ଜିଲା ଅଢଙ୍ଗ ମଜୁରାଇ ଗାଁରେ ଜବତ ହୋଇଥିଲା ବାଲି
- ଦୁଇଶହ ଟ୍ରିପ ଚୋରା ବାଲି ଜବତ ହୋଇଥିଲା
- ବିଭିନ୍ନ ବାଲି ଘାଟରେ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗ
- ବାଲି ଗଛିତ ରଖି ଚଢା ଦରରେ ବିକୁଥିବା ଅଭିଯୋଗ
- ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)