Advertisment

Illegal Firecracker Warehouse Explosion: ବେଆଇନ ବାଣ ଗୋଦାମରେ ବିସ୍ଫୋରଣ, ଜଣେ ମୃତ

ବେଆଇନ ବାଣ ଗୋଦାମରେ ବିସ୍ଫୋରଣ, ଜଣେ ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି କଟକ ସଦର ଥାନା ଖଳାର୍ଦ୍ଦରେ। ବଇନ ସାମଲ ନାମକ ଏକ ବାଣ ବ୍ୟବସାୟୀ ଦୀର୍ଘ ଦିନ ଧରି ବାଣ ଗୋଦାମ କରି ବ୍ୟବସାୟ କରି ଆସୁଥିଲେ।

author-image
Pramod Behera
Illegal Firecracker Warehouse Explosion

ବେଆଇନ ବାଣ ଗୋଦାମରେ ବିସ୍ଫୋରଣ, ଜଣେ ମୃତ Photograph: (OTV)

ବେଆଇନ ବାଣ ଗୋଦାମରେ ବିସ୍ଫୋରଣ, ଜଣେ ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି କଟକ ସଦର ଥାନା ଖଳାର୍ଦ୍ଦରେ। ବଇନ ସାମଲ ନାମକ ଏକ ବାଣ ବ୍ୟବସାୟୀ ଦୀର୍ଘ ଦିନ ଧରି ବାଣ ଗୋଦାମ କରି ବ୍ୟବସାୟ କରି ଆସୁଥିଲେ। ରବିବାର ହଠାତ୍ ସେ ଗୋଦାମରେ ବାଣ ଭିଡୁଥିବା ବେଳେ ଘଟିଥିଲା ଏମିତି ଅଘଟଣ। ଏହି ସମୟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ କାର୍ଯ୍ୟରତ କାରିଗର ସ୍ଥାନୀୟ ଗ୍ରାମର ସୁରେଶ ଭୋଇଙ୍କର ମୃତ୍ୟୁ ହୋଇଛି। 

Advertisment

ଏହି ବିସ୍ଫୋରଣ ଘଟିବା ପରେ ସଂପୃକ୍ତ ବ୍ୟବସାୟୀ ଫେରାର ହୋଇଯାଇଛନ୍ତି। ବିସ୍ଫୋରଣ ସମୟର ଭୟଙ୍କର ଶବ୍ଦରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି।

Odisha News Firecracker Illegal
Advertisment
Advertisment