/odishatv-khabar/media/post_attachments/uploadimage/library/16_9/16_9_0/bijaya-ketan_1626691404.jpg)
bijaya ketan
କଟକ : ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ। ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ହାଇକୋର୍ଟ କହିଛନ୍ତି।
Advertisment
ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଏପରିକି ୟସ୍ ବ୍ୟାଙ୍କର ଦୁଇ କର୍ମଚାରୀ ମଧ୍ୟ ଗିରଫ କରାଯାଇଥିଲା। ତେବେ କୋର୍ଟରେ ହାଜର ବେଳେ ବିଜୟ କେତନ କହିଥିଲେ, ତାଙ୍କୁ ଫସାଇ ଦିଆଯାଇଛି। ତାହାହେଲେ କିଏ ଓ କାହିଁକି ତାଙ୍କୁ ଫସାଇଲେ, ତାହା କହିନଥିଲେ ବିଜୟ। ଯାହା ଉପରୁ ଏପର୍ଯ୍ୟନ୍ତ ପର୍ଦ୍ଦା ଉଠିପାରି ନାହିଁ।
ତେବେ ଏହି ଘଟଣାରେ ବିଜୟଙ୍କ ପତ୍ନୀ ତୋଷିମା ମିଶ୍ରଙ୍କ ଏଣ୍ଟ୍ରି ପରେ ମାମଲା ଆହୁରି ସରଗରମ ହୋଇଥିଲା। ତୋଷିମା ଅଭିଯୋଗ କରିଥିଲେ, ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍ ବିବାଦରେ ଯୋଗୁଁ ବିଜୟ କେତନଙ୍କୁ ଫସାଇ ଦିଆଯାଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)