Advertisment

ଜେଲରୁ ବାହାରିଲେ IAS ବିଜୟ କେତନ

ଭୁବନେଶ୍ୱର : ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ। କାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ବିଜୟ କେତନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାମଲା ବର୍ତ୍ତମାନ ବିଚାରାଧୀନ ଅଛି।  କୋର୍ଟ ଯାହା ନିଷ୍ପତ୍ତି ନେବେ। ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ […]

author-image
Pradesh Pratyush
ଜେଲରୁ ବାହାରିଲେ IAS ବିଜୟ କେତନ

bijaya ketan

ଭୁବନେଶ୍ୱର : ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ। କାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ।

Advertisment

ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ବିଜୟ କେତନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାମଲା ବର୍ତ୍ତମାନ ବିଚାରାଧୀନ ଅଛି।  କୋର୍ଟ ଯାହା ନିଷ୍ପତ୍ତି ନେବେ। ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଏପରିକି ୟସ୍‌ ବ୍ୟାଙ୍କର ଦୁଇ କର୍ମଚାରୀ ମଧ୍ୟ ଗିରଫ କରାଯାଇଥିଲା। ତେବେ କୋର୍ଟରେ ହାଜର ବେଳେ ବିଜୟ କେତନ କହିଥିଲେ, ତାଙ୍କୁ ଫସାଇ ଦିଆଯାଇଛି।

ତାହାହେଲେ କିଏ ଓ କାହିଁକି ତାଙ୍କୁ ଫସାଇଲେ, ତାହା କହିନଥିଲେ ବିଜୟ। ଯାହା ଉପରୁ ଏପର୍ଯ୍ୟନ୍ତ  ପର୍ଦ୍ଦା ଉଠିପାରି ନାହିଁ। ତେବେ ଏହି ଘଟଣାରେ ବିଜୟଙ୍କ ପତ୍ନୀ ତୋଷିମା ମିଶ୍ରଙ୍କ ଏଣ୍ଟ୍ରି ପରେ ମାମଲା ଆହୁରି ସରଗରମ ହୋଇଥିଲା। ତୋଷିମା ଅଭିଯୋଗ କରିଥିଲେ, ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍‌ ବିବାଦରେ ଯୋଗୁଁ ବିଜୟ କେତନଙ୍କୁ ଫସାଇ ଦିଆଯାଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।

Advertisment
Advertisment
Advertisment