/odishatv-khabar/media/post_attachments/uploadimage/library/16_9/16_9_0/haider_1626255303.jpg)
Hyder
କଟକ: କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଓଟିଭି ହାତରେ ଲାଗିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ହାଇଦରକୁ ଜଗିଥିବା ପୋଲିସ କର୍ମଚାରୀ ହୋଟେଲରେ ରହିଥିଲେ ବୋଲି ମିଳିଛି ସୂଚନା। ୬ ପୋଲିସ କର୍ମଚାରୀ ମଙ୍ଗଳାବାଗରେ ହୋଟେଲରେ ରହୁଥିଲେ ବୋଲି ଜଣାପଡିଛି। ହୋଟେଲ ରୁମ୍ ବୁକ୍ କରିଥିଲେ କନଷ୍ଟେବଲ ମହମ୍ମଦ ମୌସିମ ବୋଲି ଜଣାପଡିଛି। ହାଇଦର ଫେରାର ହେବା ଦିନ ଡ୍ୟୁଟି କରୁଥିବା ମୌସିମ ହୋଟେଲ ବୁକ୍ କରିଥିଲେ। ଓଟିଭିକୁ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ହୋଟେଲ କର୍ମଚାରୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୩ ତାରିଖ ଦିନ ମହମ୍ମଦ ମୌସିମ ୨ଟି ରୁମ୍ ବୁକ୍ କରିଥିବା ଜଣାପଡିଛି। ଏହାସହ ଦିନକ ପରେ ଗୋଟିଏ ରୁମ୍ ଛାଡ଼ିଥିଲେ, ଗୋଟିଏ ରୁମରେ ରହୁଥିଲେ ମୌସିମ ବୋଲି ସୂଚନା ରହିଛି।
ତେବେ ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିସାରିଛନ୍ତି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିସାରିଛନ୍ତି।
ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜୟ କହିଛନ୍ତି।
ଡିଜି, STF ମୁଖ୍ୟ, ଏଡିଜି, ଡିସିପି ନିଜ ଦାୟିତ୍ୱ ସଠିକ ତୁଲାନ୍ତୁ। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ କିଛି ଅଫିସରଙ୍କ ସଂପୃକ୍ତି ରହିଛି।ସାଧାରଣ ରୋଗୀକୁ ବେଡ୍ ମିଳୁନି, ଗ୍ୟାଙ୍ଗଷ୍ଟରକୁ କ୍ୟାବିନ କେମିତି ମିଳିଲା। ଏସ୍ସିବିରେ କ୍ୟାବିନ ବ୍ୟବସ୍ଥା କିଏ କରିଥିଲା ବୋଲି ବିଜୟ ପଚାରିଛନ୍ତି।
ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା । ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର। ତେବେ କେବେ ହାଇଦର ଧରାପଡୁଛି ତାହା ଦେଖିବାକୁ ବାକି ରହିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)