Advertisment

ହାଇଦରକୁ ଫେରାର କରାଇଛି କିଏ? ସୂଚନା ଦେଲେ କଟକ ଡିସିପି

କଟକ: ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଲେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି। […]

ହାଇଦରକୁ ଫେରାର କରାଇଛି କିଏ? ସୂଚନା ଦେଲେ କଟକ ଡିସିପି

Hyder

Advertisment

କଟକ: ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଲେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି।

Advertisment

ସେପଟେ କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଚିକିତ୍ସା ପାଇଁ ହାଇଦର ହିଁ କ୍ୟାବିନ ଭାଙ୍ଗିଥିବା SCB କର୍ତ୍ତୃପକ୍ଷ କହିଛନ୍ତି। ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାଣାଙ୍କ ସୂଚନା ଦେଇଛନ୍ତି ଯେ ସମ୍ବଲପୁର ଜେଲ ପକ୍ଷରୁ ନୁହେଁ, ହାଇଦର ହିଁ କ୍ୟାବିନ ମାଗିଥିଲା।
କ୍ୟାବିନ ଖାଲିଥିବାରୁ ଅଧୀକ୍ଷକ ଦେବାକୁ ସୁପାରିସ କରିଥିଲେ।

କ୍ୟାବିନ ଖାଲିଥିବାରୁ ଅଧୀକ୍ଷକ ଦେବାକୁ ଅନୁମତି ଦେଇଥିଲେ। ହାଇଦର ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ କହିଲେ ଭୁବନାନନ୍ଦ। ଡାଇବେଟିସ୍ ନିୟନ୍ତ୍ରଣ ହୋଇଥିଲେ ତାଙ୍କର ଅପରେସନ ହୋଇଥାନ୍ତା। ଆଡମିଶନ ବେଳେ ପୋଲିସକୁ ଜଣାଯାଇନଥିଲା। ତେବେ ସେ ନିଖୋଜ ହୋଇଯିବା ପରେ ପୋଲିସକୁ ଜଣାଯାଇଛି। ସିସିଟିଭି କାମ କରୁଥିଲା କି ନାହିଁ କହିପାରିବି ବୋଲି ସେ କହିଛନ୍ତି। ବାହାର ଖାଦ୍ୟ ଅନୁମତି କଥା ମଧ୍ୟ କହିପାରିବେ ନାହିଁ ବୋଲି ସେ କହିଛନ୍ତି।

Advertisment
Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ