Hyder
ଭୁବନେଶ୍ୱର: ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ। ହାଇଦର ଗିରଫ ଘଟଣାରେ OTVକୁ EXCLUSIVE ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର। ହାଇଦରର ଫଟୋ ଜାରି ସହ ପାଟ୍ରୋଲିଂ ଟିମ୍କୁ ଆଲର୍ଟ କରିଥିଲୁ। ସବୁ ସିସିଟିଭିକୁ ଛାନ୍ଭିନ୍ କରିବା ବେଳେ ସୁରାକ ମିଳିଥିଲା। ଗାଡ଼ି ବଦଳାଇ ଲୁଚିବା ଉଦ୍ୟମ ବେଳେ ସେ ଧରାପଡ଼ିଥିଲା। ହାଇଦରକୁ ତେଲେଙ୍ଗାନା ଟାସ୍କଫୋର୍ସ ମାଡ଼ିବସିଥିଲା। ହାଇଦ୍ରାବାଦ ଉପକଣ୍ଠ ଜହିରାବାଦ୍ରେ ତାକୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି ବୋଲି ହାଇଦ୍ରାବାଦ ସିପି କହିଛନ୍ତି।
ସେହିପରି ହାଇଦ୍ରାବାଦରେ ଗ୍ୟାଙ୍ଗଷ୍ଟର ହାଇଦରର କାର୍ ଧରାପଡ଼ିଛି। ହାଇଦ୍ରାବାଦ ପୋଲିସ କବ୍ଜାରେ କାର୍ ରହିଛି। ଜବତ କାର୍ରେ ଫେରାର ବେଳେ ହାଇଦର ଧରାପଡ଼ିଥିବା ସୂଚନା ମିଳିଥିଲା। ହାଇଦର ସହ କିଛି ସହଯୋଗୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ହାଇଦରକୁ ଫେରାର ପାଇଁ ନିକଟରେ କାର୍ କିଣା ଯାଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Hyder_1626333483.jpg)