Advertisment

ବଇରୀ ସାଜିଲା ସ୍ୱାମୀ ; ସ୍ତ୍ରୀକୁ ମାରି ମାଟି ତଳେ ପୋତିଥିଲା

ସମ୍ୱଲପୁର(ସଞ୍ଜୟ ଜେନା) : ଅଳ୍ପ ଦିନରେ ସରିଗଲା ସୁଖର ସଂସାର। ସାତଜନମର ସାଥୀ ହେଲା ବଇରୀ। ସ୍ୱାମୀଙ୍କ ଅନୈତିକ ସମ୍ପର୍କ ହେଲା କାଳ। ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ! ଆଉ ନିଜ ମନ ଭିତରେ ଥିବା କୁତ୍ସିତ ପ୍ରକୃତିକୁ ସାକାର କରିବାକୁ ଯାଇ ସ୍ତ୍ରୀକୁ ମାଟି ତଳେ ପୋତି ନିଖୋଜ ହେବାର ଥାନାରେ ଏତଲା ଦେଲା । ଘଟଣାର ୧୮ ଦିନ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହା ଥିଲା ଆଶ୍ଚର୍ଯ୍ୟକର । ସମ୍ୱଲପୁର […]

author-image
Pradesh Pratyush
ବଇରୀ ସାଜିଲା ସ୍ୱାମୀ ; ସ୍ତ୍ରୀକୁ ମାରି ମାଟି ତଳେ ପୋତିଥିଲା

murder

ସମ୍ୱଲପୁର(ସଞ୍ଜୟ ଜେନା) : ଅଳ୍ପ ଦିନରେ ସରିଗଲା ସୁଖର ସଂସାର। ସାତଜନମର ସାଥୀ ହେଲା ବଇରୀ। ସ୍ୱାମୀଙ୍କ ଅନୈତିକ ସମ୍ପର୍କ ହେଲା କାଳ। ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ! ଆଉ ନିଜ ମନ ଭିତରେ ଥିବା କୁତ୍ସିତ ପ୍ରକୃତିକୁ ସାକାର କରିବାକୁ ଯାଇ ସ୍ତ୍ରୀକୁ ମାଟି ତଳେ ପୋତି ନିଖୋଜ ହେବାର ଥାନାରେ ଏତଲା ଦେଲା । ଘଟଣାର ୧୮ ଦିନ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହା ଥିଲା ଆଶ୍ଚର୍ଯ୍ୟକର ।

Advertisment

ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନା ବାହାଲପଡ଼ା ଗାଁର କୁନାଲ ସିଂ ଦେଢ଼ବର୍ଷ ତଳେ ବିହାର ରାଜ୍ୟ ପଣ୍ଡୁରା ରାମପୁର ଗାଁର ସତ୍ୟନ୍ଦ୍ର ସିଂଙ୍କ ଝିଅ ଆରତୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିନ ରୀତିନୀତିରେ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ଏହା ସତ୍ତ୍ୱେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଏପରିକି ଆରତୀଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରୁଥିବା ଅଭିଯୋଗ ହୋଇଛି।

ଏତେ ନିର୍ଯାତନା ପରେ ମଧ୍ୟ ଆରତୀ ଶାଶୂଘର ଛାଡ଼ି ଯାଇନଥିଲେ। ତେବେ ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଉବୁଟୁବୁ ହେଉଥିବା କୋନାଲ୍‌ ନିଜ ରାସ୍ତାରୁ ଆରତୀଙ୍କୁ ହଟାଇବା ପାଇଁ କରିଥିଲା ଯୋଜନା! ତାଙ୍କୁ ହତ୍ୟା କରି ଘରଠାରୁ ଅଳ୍ପ ଦୂରରେ ଆମ୍ୱୁରେଇ ଜଙ୍ଗଲରେ ପୋତି ଦେଇଥିଲା। ଆଉ କିଛି ନଜାଣିଲା ପରି ସେ ପତ୍ନୀ କୁଆଡ଼େ ଚାଲି ଯାଇଛି ବୋଲି ଗତ ୧ ତାରିଖରେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

Advertisment

ଝିଅ ନିଖୋଜ ସମ୍ପର୍କରେ ଜାଣି ସତ୍ୟନ୍ଦ୍ରଙ୍କ ପରିବାର ଲୋକଙ୍କର ଅକଲ ଗୁଡ଼ୁମ ହୋଇଯାଇଥିଲା। ପ୍ରଥମେ ନିଜ ସମ୍ପର୍କୀୟଙ୍କ ଘରେ ଖୋଜିଥିଲେ। ମାତ୍ର ଆରତୀଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇନଥିଲେ। ତେବେ ଗତ ୭ ତାରିଖରେ ସତ୍ୟନ୍ଦ୍ର ଓ ତାଙ୍କ ପରିବାର ଲୋକେ ଝିଅର ଶାଶୂଘର ବାହାଲପଡ଼ା ଆସିଥିଲେ। ହେଲେ ଏଠି ଘର ତାଲା ପଡ଼ିଥିବା ବେଳେ ଗୃହପାଳିତ ପଶୁମାନେ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ସତ୍ୟନ୍ଦ୍ର ସିଂଙ୍କ ମନରେ ସନ୍ଦେହ ଘନୀଭୂତ ହୋଇଥିଲା। ଝିଅ ଆରତୀଙ୍କୁ ଶାଶୂ ଘର ଲୋକେ ମାରି ଘର ଭିତରେ ପୋତି ଦେଇଥିବା ଅଭିଯୋଗ କରିଥିଲେ। ଏପରିକି ଜ୍ୱାଇଁ କୁନାଲ୍‌ ନାଁରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। କୁନାଲ୍‌ ଜଣେ ଝିଅକୁ ପ୍ରେମ କରୁଥିବାରୁ ଆରତୀଙ୍କୁ ମାରିଦେଇଥିବା ସତ୍ୟନ୍ଦ୍ର ଏତଲାରେ ଦର୍ଶାଇଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗତ ୯ ତାରିଖରେ ପୁଲିସ ତାଲା ଭାଙ୍ଗି କୁନାଲଙ୍କ ଘରେ ପଶିଥିଲା। ଏପରିକି ଘର ଭିତରେ ଚଟାଣକୁ ଖୋଳି ଥିଲା। ହେଲେ ଆରତୀଙ୍କ ସମ୍ପର୍କରେ କୌଣସି ସନ୍ଧାନ ପାଇନଥିଲା। ପରେ କୁନାଲ ଓ ତାଙ୍କ ପରିବାର ଲୋକଙ୍କୁ ଧରିବା ପାଇଁ ପୁଲିସ ଓଡ଼ିଶା ଓ ବିହାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ କୁନାଲ୍‌ ପୁଲିସ ଜାଲରେ ପଡ଼ିଥିଲା। ପୁଲିସ ତାକୁ ଗିରଫ କରି ପଚରାଉଚରା କରିବା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ମୃତଦେହ ପୋତିଥିବା ସ୍ଥାନ ସମ୍ପର୍କରେ ସୂଚନା ଦେଇଥିଲା। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଆଜି ମାଟି ତଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର କେମିତି ଆରତୀଙ୍କୁ ହତ୍ୟା କରାଯାଇଛି, ସେ ସମ୍ପର୍କରେ କୁନାଲ୍‌ ମୁହଁ ଖୋଲି ନାହିଁ। ପୁଲିସ ଏହି ଘଟଣାରେ କୁନାଲ ଓ ତାଙ୍କ ଭାଇକୁ ଗିରଫ କରିଛି। ଘଟଣାର ଏବେ ତଦନ୍ତ ଚାଲିଛି। ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କରିଛି।

Advertisment
Advertisment