/odishatv-khabar/media/post_attachments/uploadimage/library/16_9/16_9_0/plus-two-exam_1623909625.jpg)
plus two exam
ଭୁବନେଶ୍ୱର: କରୋନା ମହାମାରୀର ପ୍ରକୋପକୁ ଦେଖି CBSE ଓ CISCE ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ବାତିଲ ହେବା ପରେ କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା। ଦ୍ୱାଦଶ ପରୀକ୍ଷା ଫଳ CBSE ୩୦-୩୦-୪୦ ଫର୍ମୂଲାରେ ସ୍ଥିର କରିବ ବୋଲି ସୂଚନା ଦେଇଥିବାବେଳେ ରାଜ୍ୟରେ ଯୁକ୍ତ ୨ ବୋର୍ଡ ଏ ଯାଏ କୌଣସି ନିଷ୍ପତ୍ତି ନେଇନି।
ଯୁକ୍ତ ୨ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ନେଇ ବିଶେଷଜ୍ଞ କମିଟିର ତୃତୀୟ ଥର ବୈଠକରେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଗତକାଲି ବିଶେଷଜ୍ଞ କମିଟିର ତୃତୀୟ ବୈଠକ ବସିଥିଲା । ହେଲେ କୌଣସି ନିର୍ଯାସ ବାହାରି ପାରି ନଥିବା ଜଣାଯାଇଛି। ଆଜି ପୁଣି ବସିପାରେ ମିଟିଂ ।
ଗତ ୫ ତାରିଖ ଦିନ ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ପ୍ରତିକ୍ରିୟା ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମିଡିଆକୁ କହିଥିଲେ, ଏ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷଜ୍ଞ କମିଟି ଗଠନ କରାଯିବା ପରେ କିପରି ଭାବେ ମାର୍କ ଦିଆଯିବ ବିଶେଷଜ୍ଞ କମିଟି ଏହାର ତର୍ଜମା କରିବେ । ବିଶେଷଜ୍ଞ କମିଟି ମତ ରଖିବା ପରେ ରେଜଲ୍ଟ ବାହାର କରିବାକୁ ଉଦ୍ୟମ କରାଯିବ ।
ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ପରିଷଦ ପକ୍ଷରୁ କୁହାଯାଇଥିଲା । ଗତକାଲି ଏହି କଣ୍ଟ ପୂରିଥିଲେ ମଧ୍ୟ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିକଳ୍ପ ମୂଲ୍ୟାୟନ ପାଇଁ ର୍ନିଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରିପାରି ନାହାନ୍ତି । ଦୁଇ ଥର ବେଠକ ବସିଥିଲେ ମଧ୍ୟ ସଦସ୍ୟମାନେ କିଛି ବି ନିଯ୍ୟାସରେ ପହଞ୍ଚିପାରି ନ ଥିବାରୁ ଗତକାଲି ବୈଠକ ଡକାଯାଇଥିଲା । କିନ୍ତୁ ଏହି ବୈଠକରେ କମିଟି ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଦେଇ ପାରିନି । ଗତକାଲି ମିଟିଂରେ ବିଭିନ୍ନ ପ୍ରକାର ପ୍ରସ୍ତାବ ଆସଥିଲା। କିନ୍ତୁ ନିର୍ଯ୍ୟାସ ବାହାରି ପାରି ନାହିଁ।
ସୂଚନାଥାଉ କି, ପରୀକ୍ଷା ବାତିଲ ହେଲେ ମଧ୍ୟ ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା ପିଲା ଚାହିଁଲେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେଲେ ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ CHSE ନିର୍ଣ୍ଣୟ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)