/odishatv-khabar/media/post_attachments/uploadimage/library/16_9/16_9_0/ll-1_1626688158.jpg)
ll
ପୁରୀ / ଭୁବନେଶ୍ୱର : ଆସନ୍ତା ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ। ଆକାଶରେ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ। ସେହିଦିନ ସକାଳ ଠିକ୍ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ। ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ।
ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ କରାଯିବ। ଏହି ସମୟରେ ସମ୍ପୂର୍ଣ୍ଣ ନିଷେଧ ଅନ୍ନ ଭୋଜନ ସାଙ୍ଗକୁ ଦେବନୀତି । ତେବେ ଶ୍ରୀମନ୍ଦିରରେ କିନ୍ତୁ ଚାଲିବ ସ୍ୱତନ୍ତ୍ର ନୀତିକାନ୍ତି। ପରାଗ ସ୍ପର୍ଶ ଠାରୁ ଗ୍ରହଣ ମହାସ୍ନାନ ପରେ ଦେବନୀତି ଆରମ୍ଭ ହୋଇ ଖଇକୋରା ଭୋଗ ଲାଗି ହେବ ।
ସୂର୍ଯ୍ୟପରାଗ ଯୋଗୁଁ ଡିସେମ୍ବର ୨୫ ତାରିଖ ସାରାରାତି ଉଜାଗର ରହିବେ ମହାପ୍ରଭୁ। ଶ୍ରୀମନ୍ଦିର ଖୋଲା ରହିବା କାରଣରୁ ଶ୍ରୀଜୀଉଙ୍କୁ ରାତି ତମାମ ଦର୍ଶନ କରିପାରିବେ ଭକ୍ତ। ଜୋର୍ତିବିଦଙ୍କ ମତରେ ଏଥରର ସୂର୍ଯ୍ୟପରାଗ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ରାଶୀ ପାଇଁ ଅଶୁଭ ହୋଇଥିବାବେଳେ ତୁଳା, ବିଛା, କୁମ୍ଭ, କର୍କଟ, ସିଂହ, କନ୍ୟା ରାଶୀ ପାଇଁ ଶୁଭଙ୍କର ହେବ।
ସେପଟେ ଖାଲି ଆଖିରେ ଦେଖି ହେବନି ସୂର୍ଯ୍ୟପରାଗ । ଆଖି ଉପରେ କୁପ୍ରଭାବ ପଡ଼ିବା କାରଣରୁ ପରାଗବେଳେ ସିଧା ସୂର୍ଯ୍ୟଙ୍କୁ ନଦେଖିବାକୁ କରାଯାଇଛି ବାରଣ। ହେଲେ କିପରି ପରୋକ୍ଷରେ ଏହାକୁ ସହଜରେ ଉପଭୋଗ କରିହେବ। ସେଥିପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ରେ ବି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ତାସହ ଘରେ ବସି କିଭଳି ସରଳ ଉପାୟରେ ଏକ ସାଧାରଣ ଦର୍ପଣ ସାହାଯ୍ୟରେ ପରାଗ ଦେଖିହେବ। ସେ ନେଇ ବି ଉପାୟ ବତାଇଛନ୍ତି ପ୍ଲାନେଟୋରିମ୍ କର୍ତ୍ତୃପକ୍ଷ।
ସେପଟେ ଆସନ୍ତା ୨୬ ତାରିଖ ସୂର୍ଯ୍ୟପରାଗ ପାଇଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ଦିନ ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)