Advertisment

କେବଳ ଚାଷୀଙ୍କୁ ଲୁଟି ନାହାନ୍ତି, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି ମିଲର୍

ଭୁବନେଶ୍ୱର: ମିଲର୍ ଯେ କେବଳ ଚାଷୀଙ୍କୁ ଲୁଟୁଛନ୍ତି, ତା ନୁହେଁ, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଚାଉଳ ଯୋଗାଣ ନାଁରେ ଧାନ ନେଇ କୋଟି କୋଟି ଟଙ୍କାର ଘୋଟାଲା କରିଛନ୍ତି ମିଲରମାନେ। ଯୋଗାଣ ବିଭାଗର ନବରଙ୍ଗପୁର ଜିଲ୍ଲା ପରିଚାଳକଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ବିଭାଗୀୟ ନିର୍ଦ୍ଦେଶନାମାରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ଖିଲାପି ମିଲରଙ୍କ ବିରୋଧରେ ଫୌଜଦାରୀ ଏବଂ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ […]

କେବଳ ଚାଷୀଙ୍କୁ ଲୁଟି ନାହାନ୍ତି, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି ମିଲର୍

millrer

Advertisment

ଭୁବନେଶ୍ୱର: ମିଲର୍ ଯେ କେବଳ ଚାଷୀଙ୍କୁ ଲୁଟୁଛନ୍ତି, ତା ନୁହେଁ, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଚାଉଳ ଯୋଗାଣ ନାଁରେ ଧାନ ନେଇ କୋଟି କୋଟି ଟଙ୍କାର ଘୋଟାଲା କରିଛନ୍ତି ମିଲରମାନେ। ଯୋଗାଣ ବିଭାଗର ନବରଙ୍ଗପୁର ଜିଲ୍ଲା ପରିଚାଳକଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ବିଭାଗୀୟ ନିର୍ଦ୍ଦେଶନାମାରେ ଏପରି ତଥ୍ୟ ସାମ୍ନାକୁ ଆସିଛି।

Advertisment

ନବରଙ୍ଗପୁର ଜିଲ୍ଲାର ଖିଲାପି ମିଲରଙ୍କ ବିରୋଧରେ ଫୌଜଦାରୀ ଏବଂ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଯୋଗାଣ ନିଗମ। ନବରଙ୍ଗପୁର ସହରର ରାଓ ଇଣ୍ଡଷ୍ଟ୍ରିଜ୍ ରାଇସ୍ ମିଲ୍ କଥା ଜାଣନ୍ତୁ। ଏହି ରାଇସ୍ ମିଲ୍ ଧାନ ନେଇ ୨୦୧୫-୧୬ରେ ଯୋଗାଣ ବିଭାଗକୁ ୯୬ ଲକ୍ଷ ୬୬ ହଜାର ଟଙ୍କାର ଚାଉଳ ଯୋଗାଇବା କଥା। କିନ୍ତୁ ଏଯାଏଁ ଚାଉଳ ଦେଇନାହିଁ।

ସେହିପରି ୨୦୧୬-୧୭ରେ ରାଇଘର ସ୍ଥିତ ମା ପେଣ୍ଡ୍ରାଣ୍ଡି ରାଇସମିଲ ୮୬ ଲକ୍ଷ ୬ ହଜାର ଟଙ୍କାର ଏବଂ ଡାବୁଗାଁର କାଳୀ ସୁନ୍ଦରୀ ରାଇସମିଲ ୭ ଲକ୍ଷ ୯୬ ହଜାରର ଚାଉଳ ଦେବା କଥା । ହେଲେ ଚାଉଳ ନାହିଁ କି ଟଙ୍କା ବି ନାହିଁ। ବର୍ଷ ବର୍ଷ ବିତିଯାଇଥିଲେ ବି ଜିଲ୍ଲା ଯୋଗାଣ ବିଭାଗ ଚୁପ୍ ରହିଥିବାବେଳେ ଏହି ୩ଟି ରାଇସମିଲ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛି ରାଜ୍ୟ ଯୋଗାଣ ନିଗମ।

Advertisment

ରାଓ ଇଣ୍ଡଷ୍ଟ୍ରିଜ୍ ମାଲିକ ଏମ୍. ମାଣିକେଶ୍ୱରୀ ରାଓ କହିଛନ୍ତି ଯେ ସବୁକିଛି ଠିକ୍ ଚାଲିଥିଲା।  କିନ୍ତୁ ଡିପାର୍ଟମେଣ୍ଟର ଏମ୍‌ଡି ବଦଳିବା ପରେ ସେ ମୋ କେସ୍ ବିଷୟରେ ନଜାଣି ସମସ୍ତଙ୍କ ନାଁରେ ମାମଲା ହେଲା ବେଳେ ମୋ ନାଁରେ ବି ମାମଲା କରିଦେଲେ। ମୁଁ ଏବେ ସରକାରଙ୍କ ନାଁରେ କ୍ଷତିପୂରଣ କେସ୍‌ କରିଛି ବୋଲି ରାଓ ଇଣ୍ଡଷ୍ଟ୍ରିଜ୍ ମାଲିକ କହିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ତ ବିଚିତ୍ର ସ୍ଥିତି। ଏଠି ଯୋଗାଣ ବିଭାଗ ଓ ମିଲର୍‌ଙ୍କ ପ୍ରିୟାପ୍ରିତୀ ତୋଷଣରେ ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ହୋଇଛି। ଏଠି କେବଳ ମିଲର ନୁହଁନ୍ତି, ସରକାରୀ ଅଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ଆସିଛି। ଗରଦପୁର ବ୍ଲକ ବଙ୍ଗାଳପୁରର ସତ୍ୟଭାମା ରାଇସମିଲ୍ କଥା ଜାଣନ୍ତୁ। ଏହି ମିଲ୍ ୨୦୧୦-୧୧ରେ ଯୋଗାଣ ବିଭାଗଠାରୁ ୨୭ ଲକ୍ଷ ଟଙ୍କାର ଧାନ ନେଇ ଚାଉଳ ଫେରାଇବା କଥା। କିନ୍ତୁ ଚାଉଳ ବଦଳରେ ୨୭ ଲକ୍ଷ ଟଙ୍କା ଚଳୁ କରିଦେଇଛନ୍ତି ମିଲ୍ ମାଲିକ।

Advertisment

ଏହି ଘୋଟାଲାକୁ ୧୦ ବର୍ଷ ବିତିଗଲାଣି। ସତ୍ୟଭାମା ରାଇସମିଲ୍ ଭୂତକୋଠି ପାଲଟିଗଲାଣି। ଏଭଳି ସ୍ଥିତିରେ ୧୦ ବର୍ଷ ପରେ ନିଦରୁ ଉଠିଛି ରାଜ୍ୟ ଯୋଗାଣ ନିଗମ। ତତ୍କାଳୀନ ଜିଲ୍ଲା ଯୋଗାଣ ଅଧିକାରୀ, ଯୋଗାଣ ନିରୀକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗାଣ ନିଗମ ଚିଠି ଲେଖିଛି। ତାସହ ମିଲରଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମିଲରଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢନ୍ତୁ : ଡାକ୍ତରଙ୍କ ଆକାଉଣ୍ଟକୁ ଖୋଳ କରିଦେଲେ ସାଇବର ଠକ

ନବରଙ୍ଗପୁର କି କେନ୍ଦ୍ରାପଡ଼ା ନୁହେଁ, ରାଜ୍ୟବ୍ୟାପୀ ଚାଲିଛି ଏଭଳି ଘୋଟାଲାା ମଣ୍ଡିରୁ ମିଲରଙ୍କ ଯାଏଁ ବର୍ଷ ବର୍ଷ ଧରି ମନମାନୀ କରି ଚଳୁ କରୁଛନ୍ତି କୋଟି କୋଟି ଟଙ୍କା। ଧଳାକୁ କଳା କରୁଛନ୍ତି ଅସାଧୁ ମିଲର୍। ଆଉ ସେମାନଙ୍କୁ ସରକାର ସହାୟତା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଶ୍ରମମନ୍ତ୍ରୀ କହିଛନ୍ତି, ମିଲର୍‌ଙ୍କ ସହ ସରକାରଙ୍କ କୌଣସି ସମ୍ପର୍କ ନାହିଁ। ଯିଏ ଭୁଲ କରିବ ସରକାର କାର୍ଯ୍ୟାନୁଷ୍ଠାନ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ